www.samajalive.in
Monday, December 8, 2025
14.1 C
Bhubaneswar

୩୦ ବର୍ଷ ତଳେ ଜେଜେବାପା କିଣିଥିଲେ ୫୦୦ ଟଙ୍କାର ଅଂଶଧନ, ବର୍ତ୍ତମାନର ମୂଲ୍ୟ ଚମକାଇବ

ନୂଆଦିଲ୍ଲୀ : ସେୟାର ବଜାରରେ ନିବେଶ କେତେ ରିଟର୍ଣ୍ଣ ଦେଇଥାଏ ତାହା ଅନୁଭବୀ ଲୋକ ହିଁ ବୁଝିପାରିବେ । ଏହାର ଏକ ଜ୍ବଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି । ଚଣ୍ଡୀଗଡର ଜଣେ ଡାକ୍ତର ନିଜ ଘରର ପୁରୁଣା ରଦ୍ଦି କାଗଜପତ୍ର ଖେଳାଉଥିବା ସମୟରେ ଅଚାନକ ତାଙ୍କ ହାତରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ପୁରୁଣା ସେୟାର ସାର୍ଟିଫିକେଟ୍ ଲାଗିଲା ଯାହା ତାଙ୍କ ଜେଜେବାପା ରଖିଥିଲେ । କିନ୍ତୁ ଯେବେ ସେ ଏହାକୁ ହିସାବର କଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ୩୦ ବର୍ଷ ତଳେ ତାଙ୍କ ଜେଜେବାପା ଷ୍ଟେଟ୍ ବ୍ୟାଙ୍କର ୫୦୦ ଟଙ୍କାର ଅଂଶଧନ କିଣିଥିଲେ ଯାହା କି ଏବେ ୭୫୦ ଗୁଣା ବଢିଛି ।

- Advertisement -

ଡା. ତନ୍ମୟ ମୋତିଓ୍ବାଲାଙ୍କ ଅନୁସାରେ ତାଙ୍କ ଜେଜେବାପା ୧୯୯୪ ମସିହାରେ ୫୦୦ ଟଙ୍କାର ଏସବିଆଇ ସେୟାର କିଣିଥିଲେ ଯାହା ହୁଏତ ସେ ପରେ ଭୁଲିଯାଇଥିବେ । ତେବେ ସେ ସମୟର ସେହି ନିବେଶର ମୂଲ୍ୟ ଏବେ ବହୁତ ପରିବର୍ତ୍ତନ ହୋଇସାରିଛି । କାରଣ ସେହି ୫୦୦ ଟଙ୍କା ମୂଲ୍ୟର ଅଂଶଧନର ଦାମ୍ ଏବେ ୩.୭୫ ଲକ୍ଷ ଟଙ୍କା । ଅର୍ଥାତ୍ ୩ ଦଶକରେ ଏହା ୭୫୦ ଗୁଣା ବଢିସାରିଛି । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ସେ ଏନେଇ ସୂଚନା ସେୟାର କରିଛନ୍ତି ।

ରାସ୍ତା ମଝିରେ ଗାଡି ଥୋଇ ରିଲ୍ କରିବା ପଡିଲା ମହଙ୍ଗା, କଟିଲା ଏତେ ଟଙ୍କାର ଚାଲାଣ

ସେ ଲେଖିଛନ୍ତି କି ‘ଏତେ ଲୋକ ପଚାରୁଛନ୍ତି କି ବର୍ତ୍ତମାନ ଏହାର ମୂଲ୍ୟ କେତେ ? ଲାଭାଂଶକୁ ଛାଡି ଏହା ପ୍ରାୟ ୮.୭୫ ଲକ୍ଷ ଟଙ୍କା । କୌଣସି ବଡ ରାଶି ନୁହେଁ, କିନ୍ତୁ ୩୦ ବର୍ଷରେ ୭୫୦ ଗୁଣା । ବାସ୍ତବରେ ଏହା ଏକ ବଡ ରାଶି ।’

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories