ଆତ୍ମନିର୍ଭରଶୀଳ ହେବା ପାଇଁ ସିଲେଇ ମେସିନ ପ୍ରଦାନ

ସମ୍ବଲପୁର : ସମ୍ବଲପୁରର ଜିଲା ପରିଷଦ କାର୍ଯ୍ୟାଳୟ ସଭାଗୃହ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସିଏସଆର କାର୍ଯ୍ୟକ୍ରମ ଅର୍ନ୍ତଗତ ୨୦ ଜଣ ତାଲିମ ପ୍ରାପ୍ତ ଶିକ୍ଷାର୍ଥୀ ମାନଙ୍କୁ ସିଲେଇ ମେସିନ ବଣ୍ଟନ କରାଯାଇଛି । ସମ୍ବଲପୁର ଜିଲା ପ୍ରଶାସନ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ପରିଚାଳିତ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଠାରେ ଏହି ଶିକ୍ଷାର୍ଥୀ ମାନେ ତାଲିମ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲାପାଳ ଅନନ୍ୟ ଦାସ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ମନମୋହନ ସ୍ୱାଇଁ, ମୁକେଶ କୁମାର, ବିକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କର ମାର୍ଗଦର୍ଶନ କରିଥିଲେ। ଏଥି ସହ ଭାରତ ସରକାରଙ୍କ ମୁଦ୍ରା ଯୋଜନାର ସହାୟତାରେ ଆତ୍ମନିର୍ଭରଶୀଳ ହେବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ପରିଚାଳକ ସୁଦୀପ ରୋହନ ବାଗଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Comments are closed.