www.samajalive.in
Monday, December 8, 2025
14.1 C
Bhubaneswar

ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଡିସେମ୍ବର ୩୧ ପୂର୍ବରୁ ବଦଳାନ୍ତୁ ମ୍ୟାଗ୍ନେଟିକ ଡେବିଟ୍‌ କାର୍ଡ

ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା ସାମ୍ନାକୁ ଆସିଛି। ଏସବିଆଇର ଯେଉଁ ଗ୍ରାହକମାନଙ୍କର ମ୍ୟାଗ୍ନେଟିକ ଏଟିଏମ ଡ଼େବିଟ କାର୍ଡ଼ ରହିଛି, ସେସବୁ ବଦଳାଇବାକୁ ପଡ଼ିବ। କାରଣ ଡିସେମ୍ବର ୩୧ ପରଠାରୁ ଏହି ସବୁ କାର୍ଡ ଅଚଳ ହୋଇଯିବ। ଗ୍ରାହକଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ଏସବିଆଇ ନୂତନ ସୁରକ୍ଷିତ ଇଏମଭି ଚିପ ଯୁକ୍ତ କାର୍ଡ ପ୍ରଦାନ କରିବ। ଏହା ଗ୍ରାହକଭ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି। ଗ୍ରାହକମାନେ ୩୧ ଡ଼ିସେମ୍ବର ପୂର୍ବରୁ ଯଦି ନିଜ ଡ଼େବିଟ କାର୍ଡ଼ ନ ବଦଳାନ୍ତି ତେବେ ଏହି ଏଟିଏମ କାର୍ଡ଼ର ବୈଧତା ଶେଷ ହୋଇଯିବ ଏବଂ ଏହା ଅଚଳ ହୋଇଯିବ ବୋଲି ବ୍ୟାଙ୍କ ପକ୍ଷରୁ ଟ୍ବିଟରରେ ଗ୍ରାହକଙ୍କୁ ସୂଚନା ଦେଇଛି। ଭାରତୀୟ ରିର୍ଜଭ ବ୍ୟାଙ୍କର ଗାଇଡ଼ଲାଇନ ଅନୁଯାୟୀ, ସମସ୍ତ ଭାରତୀୟ ବ୍ୟାଙ୍କ ନିଜର ଡ଼େବିଟ କାର୍ଡ଼କୁ ଇଏମଭି ଚିପ ଯୁକ୍ତ କାର୍ଡ଼ରେ ପରିବର୍ତ୍ତନ କରିବା ବାଧ୍ୟତାମୂଳକ। ଗ୍ରାହକ ନିଜର ମ୍ୟାଗ୍ନେଟିକ ଡ଼େବିଟ କାର୍ଡ଼କୁ ବଦଳ କରି ଇଏମଭି ଚିପ ଯୁକ୍ତ କାର୍ଡ଼ ବ୍ୟବହାର କରିବେ। ଏହାସହ ବ୍ୟାଙ୍କ ଟୁଇଟ୍‍ କରି ଜଣାଇଛି ଯେ, ୩୧ ଡ଼ିସେମ୍ବର ପୂର୍ବରୁ ଗ୍ରାହକମାନେ ଏଥିପାଇଁ ନିକଟସ୍ଥ ଏସବିଆଇ ଶାଖାରେ ଆବେଦନ କରିପାରିବେ। ଏହି କାର୍ଡ଼ ବଦଳାଇବା ସମ୍ପୂର୍ଣ୍ଣ ଦେୟ ମୁକ୍ତ ଅଟେ। ଯେଉଁ ଉପଭୋକ୍ତାମାନଙ୍କର ନେଟ୍‍ ବ୍ୟାଙ୍କିଙ୍ଗ ଅଛି ସେମାନେ ଅନଲାଇନ ମାଧ୍ୟରେ ଇଲୋକଟ୍ରୋନିକ ଚିପ୍‍ ଯୁକ୍ତ ଏଟିଏମ କାର୍ଡ଼ ପାଇ ପାରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories