ନିକଟ ସମ୍ପର୍କୀୟ ଏପରିକି ପତି ବ୍ୟବହାର କରିପାରିବେନି ପତ୍ନୀଙ୍କ ଏସ୍‌ବିଆଇ ଏଟିଏମ୍‌ କାର୍ଡ

0

ବେଙ୍ଗାଲୁର: ପତି, ପତ୍ନିଙ୍କ ଏସ୍‌ବିଆଇ ଏଟିଏମ୍‌ କାର୍ଡ ବ୍ୟବହାର କରିପାରିବ ନାହିଁ । ଏପରି ଏକ ଘଟଣା ବେଙ୍ଗାଲୁରରେ ଘଟିଛି ।  ଭାଇ, ବନ୍ଧୁ କିମ୍ବା ଅନ୍ୟ କୌଣସି ନିକଟ ସମ୍ପର୍କୀୟ ଅନ୍ୟର ଏଟିଏମ୍‌ କାର୍ଡ ବ୍ୟବହାର କରି ପାରିବେ  ନାହିଁ । ଜଣେ ମହିଳା  ପ୍ରସବ ପାଇଁ ଛୁଟିରେ ଥିବା ବେଳେ ତାଙ୍କ ସ୍ୱାମୀଙ୍କୁ ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଉଠାଇବା ପାଇଁ ଏଟିଏମ୍‌ କାର୍ଡ ଦେଇଥିଲେ । ଟଙ୍କା ଉଠାଇବା ବେଳେ ଟଙ୍କା ବଦଳରେ କେବଳ ସ୍ଲିପ୍‌ ବାହାରିଥିଲା । ସେଥିରେ ଟଙ୍କା ଡେବିଟ୍‌ ବା ଉଠାଯାଇଥିବା ଉଲ୍ଲେଖ ଥିଲା । ମାତ୍ର ଟଙ୍କା ବାହାରି ନ ଥିଲା । ଏହାପରେ ସେ ଫୋନ୍‌ କରି ଗ୍ରାହକ ସେବା ବା କଷ୍ଟମର୍‌ କେୟାରରେ ଅଭିଯୋଗ କରିଥିଲେ । ୨୪ ଘଣ୍ଟା ମଧ୍ୟରେ ଟଙ୍କା ଫେରି ଆସିବ ବୋଲି ଉତ୍ତର ମିଳିଥିଲା । ମାତ୍ର ଟଙ୍କା  ନ ଫେରିବାରୁ ସେ ବ୍ୟାଙ୍କର ଶାଖାରେ ଅଭିଯୋଗ କରିଥିଲେ ।     ବ୍ୟାଙ୍କ ନିୟମ ଅନୁସାରେ ଜଣେ ଆଉଜଣଙ୍କର   ଏଟିଏମ୍‌କାର୍ଡ ବ୍ୟବହାର  କରିପାରିବ ନାହିଁ ।  ଏହି ନିୟମ ଅନୁସାରେ ବ୍ୟାଙ୍କ ଏହି ଅଭିଯୋଗକୁ ବିଚାରକୁ ନ ନେଇ ସମସ୍ତ ପ୍ରକ୍ରିୟା ବନ୍ଦ କରି ଦେଇଥିବା ସୂଚନା ଦେଇଥିଲା । ବନ୍ଦନା ନାମକ ଏହି ମହିଳା ଜଣଙ୍କର  ବେଙ୍ଗାଲୁରରେ ଥିବା ଚତୁର୍ଥ ଅତିରିକ୍ତ ଜିଲା ଗ୍ରାହକ ବିବାଦ ଶୁଣାଣୀ ଫୋରମ୍‌(ଅଦାଲତ)ରେ ଆବେଦନ କରିଥିଲେ । ସେ ଏକ ଶିଶୁକୁ ଜନ୍ମ ଦେଇଥିବାରୁ ବାହାରୁ ଯିବା ପାଇଁ ଅକ୍ଷମଥିଲେ  ଏଥିଯୋଗୁଁ ତାଙ୍କ ସ୍ୱାମୀଙ୍କୁ ଟଙ୍କା ଉଠାଇବା ପାଇ ଏଟିଏମ୍‌ କାର୍ଡ ଦେଇଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ କରିଥିଲେ ।

ଏହାପରେ  ସିସିଟିଭି ଫୁଟେଜ ବା ଭିଡିଓ ଯାଞ୍ଚ କରାଯାଇଥିଲା । ଏଟିଏମ୍‌ରୁ ଟଙ୍କା ବାହାରି ନ ଥିବା ଦେଖିବାକୁ ମିଳଥିଲା ।   ଏପରି କି ଆର୍‌ଟିଆଇରେ ବନ୍ଦନା ମେସିନ୍‌ ଯାଞ୍ଚ ସମୟରେ ୨୫ ହଜାର ଟଙ୍କା ଅଧିକ ଏଟିଏମ୍‌ ମେସିନ୍‌ରେ ଥିବା ରିପୋର୍ଟ ପାଇଥିଲେ । ଏହ ସବୁ ସେ ଶୁଣାଣୀ ସମୟରେ ଉପସ୍ଥାପନ କରିଥିଲେ । ମାତ୍ର ବ୍ୟାଙ୍କର ଓକିଲ ଅଧିକ ଟଙ୍କା ମେସିନ୍‌ରେ ନ ଥିବା କଥା ଉପସ୍ଥାପନ କରିଥିଲେ । ଏପରି କି ବ୍ୟାଙ୍କର ରିଡ୍ରେସାଲ୍‌ ଫୋରମ୍‌ ଏଟିଏମ୍‌ ପିନ୍‌ ଅନ୍ୟକୁ ଦିଆଯାଇଛି କହି ଅଭିଯୋଗ ବନ୍ଦ କରି ଦେଇଥିଲା । ଏହାପରେ ବ୍ୟାଙ୍କ ଏହି ମାମଲାରେ କେତକ କାଗଜପତ୍ର ଦାଖଲ କରିବା ସହ ଏହା  ବୈଷୟିକ ଭାବେ ଠିକ୍‌ ବୋଲି ଉପସ୍ଥାପନ କରିଥିଲା ।  ଗ୍ରାହକ ବିବାଦ ଶୁଣାଣୀ ଫୋରମ୍‌(ଅଦାଲତ) ଏହି ମାମଲାକୁ ବନ୍ଦ କରି ଦେଇଛନ୍ତି । ଏ ପ୍ରକାରର ବ୍ୟାଙ୍କ ସପକ୍ଷରେ ରାୟ ଯାଇଛି । ନିକଟ ସମ୍ପର୍କୀୟ ଏପରିକି ପତି ପତ୍ନୀଙ୍କ ଏସ୍‌ବିଆଇ ଏଟିଏମ୍‌ କାର୍ଡ ବ୍ୟବହାର କରିପାରିବନି ବୋଲି ନିୟମ ଅନୁସାରେ ସ୍ପଷ୍ଟ ହୋଇଛି ।

Leave A Reply