www.samajalive.in
Monday, December 15, 2025
24.1 C
Bhubaneswar

ମଣିପୁର ମାଟିରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି

ମୋଇରଙ୍ଗ: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ। ଏହି ଅବସରରେ ମଣିପୁରର ମୋଇରଙ୍ଗଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଓଡ଼ିଆ ପୁଅ ସତ୍ୟ ସୂତାର।  ଏହା ସହ ପରାକ୍ରମ ଦିବସରେ  ସୂତାର ମଣିପୁରବାସୀଙ୍କୁ ନେତାଜୀଙ୍କ ବୀରତ୍ୱର ଗାଥା ସ୍ମରଣ କରାଇଛନ୍ତି। ପ୍ରତି ବର୍ଷ ନେତାଜୀ ଜୟନ୍ତୀ ଅବସରରେ ଶ୍ରୀ ସୂତାର ନେତାଜୀଙ୍କର ଗୌରବର ଗାଥାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିଆସୁଛନ୍ତି।

- Advertisement -

ନେତାଜୀ ମଣିପୁରରର ଇମ୍ପାଲସ୍ଥିତ ମୋଇରାଙ୍ଗ ମାଟିରୁ ବ୍ରିଟିଶ ସରକାର ବିରୁଦ୍ଧରେ ଯୁଦ୍ଧଂଦେହୀ ଡାକରା ଦେଇଥିଲେ। ମଣିପୁରର ସ୍ୱାଧୀନତାରେ ନେତାଜୀଙ୍କ ଅବଦାନ ଅତୁଳନୀୟ। ମଣିପୁରର ଇତିହାସ ଓ ବିବିଧତାର ସୌନ୍ଦର୍ଯ୍ୟକୁ ସ୍ମରଣ କରିବା ସହ ହିଂସା, ଘୃଣା, ବିଭାଜନକୁ ଦୂରେଇ ଦେବା ପାଇଁ ଶ୍ରୀ ସୂତାର ମଣିପୁରବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ଓଡ଼ିଆ ପୁଅ ସୂତାର ୨୦୨୨ରେ ଭିଏତନାମର ଶାଇଗନଠାରେ, ୨୦୨୩ ମସିହାରେ ସେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ ଏବଂ ଗତବର୍ଷ ସୂତାର ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ପୋର୍ଟ ବ୍ଲେୟାରଠାରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୂଚନା ଅନୁଯାୟୀ, ସତ୍ୟ  ସୂତାର  ଓଡିଶା ଛାଡି ବିଦେଶ ଯିବାର ପାଖା ପାଖି ୧୨ରୁ  ୧୩ବର୍ଷ ହୋଇ ଗଲାଣି। ନେତାଜୀଙ୍କ ଜୟନ୍ତୀରେ ନେତାଜୀ ଯେଉଁ ଦେଶ ଗୁଡ଼ିକୁ ଭାରତକୁ ସ୍ୱାଧୀନ କରିବା ପାଇଁ  ଯାଇଥିଲେ, ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇ ଚିନ୍ତା କରିଥିଲେ।  ସେଥିପାଇଁ  ନେତାଜୀ ଯେଉଁ ଦେଶଗୁଡ଼ିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେ ସବୁ ଦେଶକୁ ଯାଇ  ତାଙ୍କ ଜନ୍ମଦିନରେ ସୂତାର ଶ୍ରଦ୍ଧାଞ୍ଜଳି ଜଣାଇବା ଆରମ୍ଭ କରିଛନ୍ତି । ନେତାଜୀଙ୍କୁ ସମ୍ମାନ ଜଣାଇବା ପାଇଁ  ୨୦୨୨ରୁ  ସେ ବିଦେଶ ମାଟିରେ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories