www.samajalive.in
Sunday, December 14, 2025
17.1 C
Bhubaneswar

ସୁଭାଷଙ୍କ ସଂଘର୍ଷର ଉଚିତ୍‌ ମୂଲ୍ୟାୟନ ହୋଇନାହିଁ : ମୁଖ୍ୟମନ୍ତ୍ରୀ

କଟକ : ଭାରତୀୟ ମୁକ୍ତି ସଂଗ୍ରାମର ସଶସ୍ତ୍ର ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂଘର୍ଷମୟ ଜୀବନ ଓ ବଳିଦାନ ଅବିସ୍ମରଣୀୟ।  ସେ ସଶସ୍ତ୍ର ସଂଗ୍ରାମ କରି ନ ଥିଲେ, ହୁଏତ ଆହୁରି କିଛି ବର୍ଷ ବ୍ରିଟିଶ ସରକାର ଭାରତରେ ଶାସନ କରିଥାନ୍ତେ। ସେ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକଟ୍ଟ ମାତ୍ର ଇତିହାସ ପୃଷ୍ଠାରେ ନେତାଜୀଙ୍କ ଜୀବନ ଓ ସଂଘର୍ଷର କାହାଣୀକୁ ସଠିକ୍ ଉଲ୍ଲେଖ ତଥା ମୂଲ୍ୟାୟନ କରାଯାଇନି। ଏହାକୁ ହଜାଇ ଦିଆଯାଇଛି। ଇତିହାସରେ ତାଙ୍କର ଅନେକ କଥା ଆମକୁ ପଢାଯାଇନାହିଁ। ଯାହା ଆଜିର ସମାଜ ପାଇଁ ଲଜ୍ଜାର ବିଷୟ। କେବଳ ନେତାଜୀ ନୁହନ୍ତି, ଅନେକ ମହାନ ସଂଗ୍ରାମୀଙ୍କୁ ଇତିହାସ ଉଚିତ୍‌ ସମ୍ମାନ ଦେଇନାହିଁ। ସମୟ ଆସିଛି ପରିଚୟହୀନ ଏବଂ ନାମହୀନ ମହାନ ସଂଗ୍ରାମୀ ମାନଙ୍କୁ ସମ୍ମାନ ଦେବା ଓ ଆଗାମୀ ପିଢ଼ିକୁ ସେମାନଙ୍କ ଜୀବନ ବିଷୟରେ ଜଣାଇବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ବାରବାଟୀ ଦୁର୍ଗସ୍ଥିତ ସତ୍ୟବ୍ରତ ଷ୍ଟାଡିୟମଠାରେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ୩ ଦିନିଆ ପରାକ୍ରମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ବ୍ରିଟିଶ ଶାସନ ବିରୋଧରେ ନେତାଜୀଙ୍କ ବୀରତ୍ୱ ଓ ଯୁଦ୍ଧ କୌଶଳ ଦେଶର ସ୍ୱାଧୀନତା ପାଇଁ ଏକ ମୁଖ୍ୟ କାରଣ ଥିଲା। ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଗଭୀର ପ୍ରଭାବ ଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କଟକ ସହିତ ତାଙ୍କ ସମ୍ପର୍କ ବିଷୟରେ ଆଗାମୀ ପିଢ଼ିଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି।  ସରକାର ବୀରଙ୍କୁ ଉଚିତ୍‌ ସମ୍ମାନ ଦେବାକୁ ପ୍ରୟାସ କରୁଛନ୍ତି। ଜନନାୟକ ନେତାଜୀଙ୍କୁ ସମ୍ମାନ ଅର୍ପଣ ପାଇଁ ତାଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହାରୁ ଘୋଷଣା କରିଛନ୍ତି। ଓଡ଼ିଶାର ଏହି ବୀର ସନ୍ତାନଙ୍କ ଜନ୍ମ ସହର କଟକରେ ତାଙ୍କ ଜୟନ୍ତୀ ପାଳନ କରିବା ଆମ ପାଇଁ ବଡ଼ ସୌଭାଗ୍ୟର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମତ ଦେଇଥିଲେ।

- Advertisement -

ଏହି ଅବସରରେ ଆଇ.ଏନ.ଏ ଭେଟେରାନ୍‌ ଲେଫ୍ଟନାଣ୍ଟ ଆର୍. ମାଧବନ ପିଲାଇଙ୍କୁ ମୁଖ୍ୟମନ୍ତ୍ରୀ ସଭାମଞ୍ଚରୁ ଓହ୍ଲାଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନେତାଜୀଙ୍କ ଜୀବନୀ ସମ୍ବନ୍ଧିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ସିଂହଦେଓ, କେନ୍ଦ୍ର ସଂସ୍କୃତି ସଚିବ ଅରୁଣିଶ ଚାୱଲା ପ୍ରମୁଖ ଉପସ୍ଥିତ ଥିଲେ।

ଆଇ.ଏନ୍.ଏ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରିଗେଡିୟର ଆର.ଏସ୍ ଚିକାରା ସ୍ୱାଗତ ଭାଷଣ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ମହାନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚିବା ପରେ ପ୍ରଥମେ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଂଗ୍ରହାଳୟ ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories