ସାରା ବିଶ୍ୱରେ ଅହିଂସାର ସ୍ଥାନ ପ୍ରଥମ: କୁମାର ପ୍ରଶାନ୍ତ,  ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ

0

କଟକ.- ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ  ସାରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବ । ଗାନ୍ଧୀଙ୍କର ସତ୍ୟ ଓ  ଅହିଂସାର ପ୍ରଚାର ପ୍ରସାର ପାଇଁ ସାରା ଦେଶରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଏଥିପାଇଁ ସାରା ଦେଶ ଭ୍ରମଣ କରିବା ସହ ପ୍ରାଦେଶିକ ସମିତିମାନଙ୍କର ସହ ଏଥିପାଇଁ ଆଲୋଚନା କରୁଛନ୍ତି ।  ଏବେ ସେ ଓଡିଶାରେ ଏହି ଅବସରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରୁଛନ୍ତି । କୁମାର ପ୍ରଶାନ୍ତ ବୁଧବାରରେ  କଟକସ୍ଥିତ  ସମାଜର କାର୍ଯ୍ୟାଳୟ ଓ ଗୋପବନ୍ଧୁ ଭବନ ପରିଦର୍ଶନ କରିଥିଲେ ।ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁଙ୍କ  ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଗାନ୍ଧୀଜୀଙ୍କର ସତ୍ୟ ଓ ଅହିଂସାର ମନ୍ତ୍ର ଏବଂ ବର୍ତମାନର ପରିସ୍ଥିତି ଏହାର ଆବଶ୍ୟକତା  ବିଷୟରେ ପ୍ରକାଶ କରିଛନ୍ତି ।  ବିଶ୍ୱର ସମସ୍ତ ଯୁଦ୍ଧର ଅବସାନ ପରେ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହେଉଥିବା ବେଳେ ଯୁଦ୍ଧ ପୂର୍ବରୁ ଶାନ୍ତିର ମାର୍ଗରେ ଆଲୋଚନା କରି ସମସ୍ତ ବିବାଦର ସମାଧାନ କରିବା ଉଚିତ୍‌ ବୋଲି ସେ ମତ ପୋଷଣ କରିଛନ୍ତି । ଏହା ଦ୍ୱାରା ଧନ ଜୀବନ ହାନୀ ହେବ ନାହିଁ ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ହେବ ବୋଲି କୁମାର ପ୍ରଶାନ୍ତ ସୂଚନା ଦେଇଛନ୍ତି । ବିଶ୍ୱରେ ଅହିଂସାର ସ୍ଥାନ ପ୍ରଥମ , ଗାନ୍ଧୀ ଏହାକୁ ଉପଲବ୍ଧି କରିବା ସହ ସାରା ବିଶ୍ୱରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେବା ପାଇଁ ପ୍ରୟାସ କରିଥିଲେ  । ଏଥିଯୋଗୁଁ ଭାରତ ସ୍ୱାଧୀନତା ଲାଭ କରିଥିଲା । ଏବେ ଅହିଂସା ଓ ଶାନ୍ତିର ଆବଶ୍ୟକତା ବହୁତ ଅଧିକ, ଶାନ୍ତି ଓ ଆଲୋଚନା ମାଧ୍ୟମରେ ଅନେକ ସମସ୍ୟା, ପଡୋଶୀ ରାଷ୍ଟ୍ର ସହ ସମସ୍ତ ବିବାଦର ସମାଧାନ ହୋଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି ।

prayash

ସେହି ପରି ସାରା ବିଶ୍ୱରେ ଏବେ ଜଗତିକରଣ  ଚାଲିଛି । ଗାନ୍ଧୀଜୀ ସ୍ୱେଦେଶୀର ବାର୍ତ୍ତା ଦେଇଥିଲେ ।  ଜଗତିକରଣ ପ୍ରଭାବରେ ସ୍ୱଦେଶୀର ପ୍ରଭାବ ବୃଦ୍ଧି ପାଉଛି । ସାଧାରଣ ଲୋକ ସ୍ୱଦେଶୀ ନିର୍ମିତ ଦ୍ରବ୍ୟକୁ ବ୍ୟବହାର କରିବାପାଇଁ  ବେଶୀ ଆଗ୍ରହ ଦେଖାଉଛନ୍ତି ବୋଲି କୁମାର ପ୍ରଶାନ୍ତ  ପ୍ରକାଶ କରିଛନ୍ତି । ଏବେ ସମୟ ଆସିଛି  ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଗାନ୍ଧୀଜୀଙ୍କର ସତ୍ୟ ଓ ଅହିଂସାର ମାର୍ଗକୁ ଅନୁସରଣ କରିବା ଦରକାର ବୋଲି  କୁମାର ପ୍ରଶାନ୍ତ କହିଛନ୍ତି ।

ଗୋପବନ୍ଧୁ ଭବନ ପରିଦର୍ଶନ ସମୟରେ  ଉତ୍କଳମଣି ଗୋପବନ୍ଧୁ କରିଥିବା ବିଭିନ୍ନ କାର୍ଯ୍ୟ, ଶିକ୍ଷାର ପ୍ରଚାର ପ୍ରସାର, ଜାତିପ୍ରଥାର ଉଚ୍ଛେଦ ,  ବକୁଳ ବନ ବିଦ୍ୟାଳୟର ପ୍ରତିଷ୍ଠା ସମ୍ପର୍କରେ  ସମାଜର ସମ୍ପାଦକ ବାମାପଦ ତ୍ରିପାଠୀ, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତିଙ୍କ ସହ ଆଲୋଚନା କରିଥଇଲେ । ଏହି ଅବସରରେ ସମାଜର ବାର୍ତ୍ତା ସମ୍ପାଦକ ସୁଶାନ୍ତ ମହାନ୍ତି , ସମ୍ପାଦକୀୟ ପରାମର୍ଶ ଦାତା ମହେଶ ଶର୍ମା , ରାଷ୍ଟ୍ରୀୟ ଯୁବ ସଂଗଠନର ସଂଯୋଜକ  ଡାକ୍ତର ବିଶ୍ୱଜିତ ରାୟ ଓ ମହିର ପ୍ରତାପ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati
Leave A Reply