BJD Bijuli 480×75 Mob

୨୫ଟି ଶତାବ୍ଦୀ ଏକ୍ସପ୍ରେସର ଭଡ଼ା କମିବ

BJD Bijuli 480×75 Mob
0

ନୂଆଦିଲ୍ଲୀ : ରେଳଯାତ୍ରୀଙ୍କ ପାଇଁ ସରକାର ଏକ ସୁସମ୍ବାଦ ଆଣିଛନ୍ତି। ଆଗାମୀ ଦିନରେ କେତେକ ଶତାବ୍ଦୀ ଏକ୍ସପ୍ରେସର ଯାତ୍ରୀଭଡାକୁ ହ୍ରାସ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଦେଶରେ ମୋଟ ୪୫ଟି ଶତାବ୍ଦୀ ଏକ୍ସପ୍ରେସ ଚଳାଚଳ କରୁଥିବାବେଳେ ୨୫ଟି ଏକ୍ସପ୍ରେସର ଭଡା ହ୍ରାସ କରାଯିବ। ଗତବର୍ଷ ଦୁଇଟି ରୁଟ୍‌ରେ ପରୀକ୍ଷାମୂଳକଭାବେ ଶତାବ୍ଦୀ ଏକ୍ସପ୍ରେସ ଭଡାକୁ କମ କରାଯାଇଥିଲା ଏବଂ ଏହି ଯୋଜନା ସଫଳ ହେବାପରେ ରେଳ ବିଭାଗ ବର୍ତ୍ତମାନ ୨୫ଟି ଶତାବ୍ଦୀ ଏକ୍ସପ୍ରେସ ପାଇଁ ଏହି ନିୟମ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଭଡା ହ୍ରାସ କରାଯିବା ଫଳରେ ଉକ୍ତ ଦୁଇଟି ରୁଟ୍‌ରେ ଶତାବ୍ଦୀ ଏକ୍ସପ୍ରେସ ଯାତ୍ରୀଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ରେଳବାଇ ୧୭ ପ୍ରତିଶତ ଅଧିକ ରାଜସ୍ୱ ଅର୍ଜନ କରିଥିଲା। ବେଗଗାମୀ ଟ୍ରେନ ଭାବେ ମାନ୍ୟତା ଲାଭ କରିଥିବା ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଭଳି ଏକ୍ସପ୍ରେସଗୁଡିକର ଭଡା ଅପେକ୍ଷାକୃତ ଅଧିକ ହୋଇଥିବାରୁ ଯାତ୍ରୀମାନେ ବିକଳ୍ପ ପାଇଁ ଅନ୍ୟ ଏକ୍ସପ୍ରେସ ଟ୍ରେନ ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଭଡା ହ୍ରାସ କରାଗଲେ ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Leave A Reply