www.samajalive.in
Tuesday, December 9, 2025
15.1 C
Bhubaneswar

ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନର ବିଦ୍ୟାଧନ୍ ଓଡ଼ିଶା ଛାତ୍ରବୃତ୍ତି – ୨୦୨୪

ଡେସ୍କ: ବାର୍ଷିକ ଆୟ ୨ ଲକ୍ଷରୁ କମ୍ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଧନ୍ ଛାତ୍ରବୃତ୍ତି ଦିଆଯିବ। ୨୦୨୪ ମସିହାରେ ଓଡ଼ିଶା ବୋର୍ଡରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯେଉଁମାନେ ୮୦% ମାର୍କ ରଖିଥିବେ କିମ୍ବା ସିବିଏସଇରୁ ପାସ କରିଥିବା ଛାତ୍ରଛାତ୍ରୀ ଯେଉଁମାନେ ୮ ସିଜିପିଏ ରଖିଥିବେ, ସେମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ୬୫% କିମ୍ବା ୬.୫ ସିଜିପିଏ ମାର୍କ ରଖିଥିବା ଜରୁରୀ ଅଟେ।

ମନୋନୀତ ଛାତ୍ର ଛାତ୍ରୀ ମାନେ +୨ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ହେବେ। ଯଦି ସେମାନେ ଭଲ ପ୍ରଦର୍ଶନ ଜାରି ରଖନ୍ତି, ତେବେ ଡିଗ୍ରୀ/ ଗ୍ରାଜୁଏସନ ପାଠ୍ୟକ୍ରମ ପାଇଁ ସେମାନଙ୍କୁ ବାର୍ଷିକ ୧୫ ହଜାରରୁ ୭୫ ହଜାର ଟଙ୍କା ଛାତ୍ରବୃତ୍ତି ମଧ୍ୟରେ ଦିଆଯିବ। ଆଗ୍ରହୀ ଛାତ୍ରଛାତ୍ରୀ ମାନେ vidyadhan.org ୱେବସାଇଟ ଜରିଆରେ କିମ୍ବା SDF ବିଦ୍ୟା ଆପ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁଲାଇ ୧୫ ରହିଛି। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ vidyadhan.odisha@sdfoundationindia.com କିମ୍ବା ହେଲ୍ପ ଡେସ୍କ ନମ୍ବର ୯୬୬୩୫୧୭୨୩୧ ସହିତ ଯୋଗାଯୋଗ କରିପାରିବେ। ଇନଫୋସିସର ସହ-ପ୍ରତିଷ୍ଠାତା ଏସ ଡ଼ି ଶିବୁଲାଲ ଓ ପୃଷ୍ଠପୋଷକ କୁମାରୀ ଶିବୁଲାଲଙ୍କ ଦ୍ୱାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ୍ ୧୯୯୯ ମସିହାରୁ ୧୭ଟି ରାଜ୍ୟରେ ବିଦ୍ୟାଧନ୍ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଜରିଆରେ ଏପର୍ଯ୍ୟନ୍ତ ୪୧ ହଜାରଟି ଛାତ୍ରବୃତ୍ତି ପ୍ରଦାନ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories