କ୍ୟାମରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା -ଦିନ ରିମାଣ୍ଡରେ ଯିବେ ଶର୍ମିଷ୍ଠା ରାଉତ
ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ ମଧ୍ୟ ରିମାଣ୍ଡରେ ଯିବେ
ଭୁବନେଶ୍ବର: ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେବ। ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା ଭୋଇ କୋର୍ଟରେ ହାଜର ହୋଇଥିଲେ। ଉଭୟଙ୍କ ଜାମିନ ଆବେଦନକୁ ଖାରଜ କଲେ ଚାନ୍ଦବାଲି ଜେଏମଏଫସି। ଫଳରେ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ରିମାଣ୍ଡରେ ନେବା ପାଇଁ ଚାନ୍ଦବାଲି ଜେଏମଏଫସିଙ୍କ ଅନୁମତି। ରିମାଣ୍ଡରେ ଯିବେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ। ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ ମଧ୍ୟ ରିମାଣ୍ଡରେ ଯିବେ। ୪ ଅଭିଯୁକ୍ତ ଆସନ୍ତାକାଲିଠାରୁ ରିମାଣ୍ଡରେ ଯିବେ। ୭ଜଣଙ୍କୁ ୧୦ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ।
ଭଦ୍ରକ ଜିଲା ଚାନ୍ଦବାଲି ଜେଏମ୍ଏଫସି ଏନେଇ ଆଜି ସନ୍ଧ୍ୟାରେ ଅନୁମତି ପ୍ରଦାନ କରିଛନ୍ତି। ମାନସ ହତ୍ୟାକାଣ୍ଡ ଅଭିଯୋଗରେ ଏହି ୪ ଜଣଙ୍କୁ ପୁଲିସ ମାର୍ଚ୍ଚ ୨୯ ତାରିଖ ଠାରୁ ରିମାଣ୍ଡରେ ନେବ। ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କୁ ମାରାଥନ ଜେରା କରି ପୁଲିସ ଅଧିକ ତଥ୍ୟ ସଂଗ୍ରହଣ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପୁଲିସ ମାନସ ହତ୍ୟାକାଣ୍ଡ ମାମଲାରେ ଏହି୪ ଜଣଙ୍କୁ ଗିରଫ କରିଛି।
କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଜି ଉଭୟଙ୍କୁ ଭଦ୍ରକ ପୁଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ୍ ଭଦ୍ରକ ଜିଲ୍ଳା ନଳାଙ୍ଗରୁ ଗିରଫ କରିଥିବା ସୂଚନା ମିଳିଛି ।
Comments are closed.