www.samajalive.in
Friday, December 12, 2025
17.1 C
Bhubaneswar

ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିକରି ଦାବିପତ୍ର ପ୍ରଦାନ, ଅନଶନ ପାଇଁ ଧମକ

ଫୁଲବାଣୀ: ପାଢ ପଢିଲୁ କିନ୍ତୁ ଚାକିରି ମିଳୁନାହିଁ। ଗତ ୨୦୧୪ ମସିହା ପରଠାରୁ କନ୍ଧମାଳ ଜିଲାରେ ସରକାରୀ ଉଚ୍ଚ ବିଦ୍ୟଳୟ ତଥା ଅନ୍ୟ ସରକାରୀ ଅନୁଦାନପ୍ରାନ୍ତ ବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି। ଏଭଳି ସ୍ଥଳେ ଆବଶ୍ୟକ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିଲେ ମଧ୍ୟ ଅନେକ ଯୋଗ୍ୟ ଆଶାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ଅଧିକାର ପାଇବାରୁ ବଂଚିତ ହେଉଛନ୍ତି। ବୃତ୍ତି ଅଭାବରୁ ପରିବାର ଚଳାଇବା କଷ୍ଟକର ହୋଇ ଗଲାଣି। ଅତ୍ୟନ୍ତ ଅଭାବ ଅନାଟଟରେ କାଳତିପାତ କରୁଛନ୍ତି ପରିବାର ଲୋକେ। ତୃତୀୟ ଭାଷା ସ୍ଥାନରେ ଆଇଟି ଓ ଭୋକେସନାଲକୁ ନରଖି ପୂର୍ବ ନିୟମ ଆଧାରିତ ସଂସ୍କୃତ ଶିକ୍ଷକଙ୍କ ନିଯୁକ୍ତି ପ୍ରଦାନ କରାଯାଉ। ସଂସ୍କୃତ ଭାଷା ଭାରତୀୟ ସଂସ୍କୃତିର ମୂଳଧାର ଅଟେ। ଏହର ଗୌରବ ରକ୍ଷା କରି ଏହି ଭାଷାକୁ ବାଧ୍ୟତା ମୂଳକ ଭାଷାରେ ମାନ୍ୟତା ଦେବା ପାଇଁ ଦାବିକରାଯାଇଛି। ଏହି ସମସ୍ୟାର ସମାଧାନ କରାନଗଲେ ଗରେ ଭୋକ ଉପାସରେ ମୃତ୍ୟୁବରଣ କରିବା ଅପକ୍ଷୋ ଆମରଣ ଅନଶନ କରିବା ଶ୍ରେୟ ମଣିବୁ ବୋଲି ଉଲ୍ଲେଖ କରାଯିବା ସହିତ ୬ ଦଫା ଦାବିନେଇ ଏକ ଦାବିପତ୍ର କନ୍ଧମାଳ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ, ନୂତନ ରାଷ୍ଟ୍ରିୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ସଂସ୍କୃତ ଭାଷାକୁ ବାଧ୍ୟତା ମୂଳକ କରିବା, ଶିକ୍ଷଶାସ୍ତ୍ରୀ ଉତ୍ତିର୍ଣ୍ଣ ହୋଇ ଘରେ ବେକାର ଥିବାଙ୍କୁ ନିଯୁକ୍ତି ପାଇଁ ପଦକ୍ଷେପ ନେବା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଶିକ୍ଷକଙ୍କ ନିଯୁକ୍ତି ଦେବା ଭଳି ଦାବି କରାଯାଇଛି। ସଂସ୍କୃତରେ ଶିକ୍ଷାଶାସ୍ତ୍ରୀ ଉତ୍ତିଣ୍ଣ ହୋଇଥିବା ଚିତ୍ତ ରଂଜନ ସାହୁ, ମିହିର କାନ୍ତ ପ୍ରଧାନ, ରାଜକିଶୋର ଦାସ, କୃଷ୍ଣ ଚନ୍ଦ୍ର କହଁର, ରବିନ୍ଦ୍ର ପ୍ରଧାନଙ୍କ ଭଳି ବହୁ ଯୁବକ ଚାକିରି ପାଇଁ ଦାବି କରି ଏହି ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories