ସଞ୍ଜୟ ଲୀଲା ବଂଶାଲୀଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେନି ଦୀପିକା-ରଣବୀର
ମୁମ୍ବଇ: ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ନିଜର ଆକର୍ଷଣୀୟ କାହାଣୀ ଓ ନିଦ୍ଦେର୍ଶନା ଦ୍ୱାରା ସମଗ୍ର ଚଳଚ୍ଚିତ୍ର ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଭାରତୀୟ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ରତାକୁ ସେ ନିଖୁଣ ଭାବେ ନିଜ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶୀତ କରିଥାଆନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ରଣବୀର ସିଂ ଓ ନିର୍ଦ୍ଦେଶକ ସଞ୍ଜୟ ଲିଲା ବଂଶାଲୀଙ୍କ ମିଳିତ ସମସ୍ତ ଚଳଚ୍ଚିତ୍ର ଲୋକପ୍ରିୟତାର ଶୀର୍ଷକ ଛୁଇଁବାରେ ସଫଳ ହୋଇଛି।
ବଂଶାଲୀଙ୍କ ଆଗାମୀ ଚଳଚ୍ଚିତ୍ରରେ ଦୀପିକା ଓ ରଣବୀର ନଜର ଆସିବେ ନାହିଁ। ବଂଶାଲୀଙ୍କର ଆଗାମୀ ଚଳଚ୍ଚିତ୍ରରେ ରଣବୀର କିମ୍ବା ଦୀପିକା କର୍ଯ୍ୟ କରୁନାହାନ୍ତି ବୋଲି ନିକଟରେ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ବଂଶାଲୀ କହିଛନ୍ତି। ରଣବୀର-ଦୀପିକା-ସଂଜୟ ଏହି ତିନି ଯୁଗଳବନ୍ଦୀଙ୍କର ତିନୋଟି ଚଳଚ୍ଚିତ୍ର ‘ରାମଲୀଲା’, ‘ବାଜିରାଓ ମସ୍ତାନୀ’, ‘ପଦ୍ମାବତ’ ଦର୍ଶକ ବେଶ୍ ପସନ୍ଦ କରିଥିଲେ।
ବର୍ତ୍ତମାନ ରଣବୀର ଜୋୟା ଆଖତରଙ୍କ ‘ଗଲୀବୟ’ ଏବଂ ରୋହିତ ସେଟ୍ଟୀଙ୍କ ‘ସୀମ୍ବା’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେହିପରି ଦୀପିକା, ବିଶାଲ ଭରଦ୍ୱ।।ଜଙ୍କ ‘ଗ୍ୟାଙ୍ଗଷ୍ଟାର’ ଚଳଚ୍ଚିତ୍ରରେ କାମ କରୁଛନ୍ତି। ଅଭିନେତା ଇରଫାନ୍ ଖାନଙ୍କ ଶରୀର ଅସୁସ୍ଥ ଥିବା କାରଣରୁ ଏହି ଚଳଚ୍ଚିତ୍ରର ସୁଟିଙ୍ଗ ବନ୍ଦରହିଛି।
Comments are closed.