ଶନିଦେବଙ୍କ କୋପରୁ ରକ୍ଷା ପାଇବାର ଉପାୟ

0

ଶନି ଗ୍ରହଙ୍କୁ ନ୍ୟାୟଧୀଶ ଓ ଦଣ୍ଡ ପ୍ରଦାନକାରୀ ବୋଲି କୁହାଯାଏ, କାରଣ ସେ ମନୁଷ୍ୟର କର୍ମ ଅନୁସାରେ ଫଳ ଦେଇଥାନ୍ତି। ଶନିଦେବ କାହାକୁ ବିନା କାରଣରେ କଷ୍ଟ ଦେଇ ନଥାନ୍ତି। ବ୍ୟକ୍ତିକୁ ତାର ଖରାପ କର୍ମ ପାଇଁ ଦଣ୍ଡ ମିଳିଥାଏ। ଶନିଦେବ କେବଳ ତାର ମାଧ୍ୟମ ହୋଇଥାନ୍ତି।

ଶନିଦେବଙ୍କ କୋପର ପ୍ରଭାବ:
ବ୍ୟକ୍ତିର କାର୍ଯ୍ୟ ବିଳମ୍ବିତରେ ହୋଇଥାଏ।
ବ୍ୟକ୍ତି ସ୍ନାୟୁଜନିତ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇଥାନ୍ତି।
ରୋଜଗାର ଓ ଚାକିରୀ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
ଜୀବନରେ ଏକା ରହିବା ପାଇଁ ବାଧ୍ୟ ହୋଇଥାନ୍ତି।


କୋପରୁ ରକ୍ଷା ପାଇବାର ଉପାୟ:
ଶନିଦେବଙ୍କ ଆଧିପତ୍ୟ ଲୁହା ଧାତୁରେ ଥାଏ।
ଲୁହାର କିଛି ପଦାର୍ଥ ଧାରଣ କରିବା ଦ୍ୱାରା ଶନି ଦେବଙ୍କ ଶକ୍ତି ନିୟନ୍ତ୍ରଣ ହୋଇଥାଏ।
କିନ୍ତୁ ଏହି ପଦାର୍ଥ କୌଣସି ସାମାନ୍ୟ ଲୁହାର ହୋଇ ନଥାଏ, ଏହା ଘୋଡ଼ାର ନାଲ କିମ୍ବା ଡଙ୍ଗାର କଣ୍ଟାରେ ତିଆରି ହୋଇଥିବା ଆବଶ୍ୟକ।


ଘୋଡ଼ା ନାଲ ଓ ଡଙ୍ଗାର କଣ୍ଟାରେ ଏକ ଚୁମ୍ବକୀୟ ଶକ୍ତି ଥାଏ।
ତେଣୁ ସେଥିରେ ତିଆରି ହୋଇଥିବା ପଦାର୍ଥ ଶନିଦେବଙ୍କ ପୀଡ଼ାରୁ କିଛି ମାତ୍ରାରେ ରକ୍ଷା କରିଥାଏ।
ଯେବେ ବି ଘୋଡ଼ ନାଲର ମୁଦି ତିଆରି କରୁଛନ୍ତି ତାହାକୁ ନିଆଁରେ ପୋଡ଼ିବା ଅନୁଚିତ।

  • କିପରି ଭାବେ ଲୁହାର ପଦାର୍ଥ ଧାରଣ କରିବେ?
    ଘୋଡ଼ାର ନାଲରୁ ପ୍ରସ୍ତୁତ ମୁଦି ଶନିବାର ବ୍ୟତୀତ ଅନ୍ୟ ଯେକୌଣସି ଦିନ ଆଣନ୍ତୁ।
    ଶନିବାର ସକାଳେ ସେହି ମୁଦିକୁ ସୋରିଷ ତେଲରେ ବୁଡ଼ାଇ ରଖନ୍ତୁ।
    ସନ୍ଧ୍ୟାରେ ତାକୁ କାଢି ଜଳରେ ଭଲ ଭାବେ ଧୋଇ ଶୁଦ୍ଧ କରି ଦିଅନ୍ତୁ।
    ସେହି ମୁଦିକୁ ନିଜ ସମ୍ମୁଖରେ ରଖି ‘ଓଁ ଶଂ ଶନିଶ୍ଚରାୟ ନମଃ’ ଜପ କରନ୍ତୁ।
    ଏହାପରେ ମୁଦିକୁ ମଧ୍ୟମା ଆଙ୍ଗୁଠିରେ ପିନ୍ଧନ୍ତୁ।
    ଏପରି କରିବା ଦ୍ୱାରା ଶନିଦେବଙ୍କ କୋପକୁ ଶାନ୍ତ କରିପାରିବେ।
Leave A Reply