www.samajalive.in
Monday, December 8, 2025
14.1 C
Bhubaneswar

ସନାତନ ଧର୍ମକୁ ଧ୍ବଂସ କରିବା ‘ଇଣ୍ଡିଆ’ର ଲକ୍ଷ୍ୟ : ମୋଦୀ

ନୂଆଦିଲ୍ଲୀ : ସନାତନ ଧର୍ମକୁ ଧ୍ବଂସ କରିବାକୁ ଏକାଧିକ ବିରୋଧୀ ଦଳଙ୍କୁ ନେଇ ଗଠିତ ଇଣ୍ଡିଆ ମେଣ୍ଟର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବା ସାଗର ଜିଲାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୋଦୀ କହିଥିଲେ ଇଣ୍ଡିଆ ମେଣ୍ଟରେ ଥିବା ଦଳର ନେତାମାନେ ଅହଂକାରୀ। ସେମାନେ ସନାତନ ଧର୍ମକୁ ଧ୍ବଂସ କରିବାକୁ ଚେଷ୍ଟା ଚଳାଇଛନ୍ତି। ସନାତନ ଧର୍ମ ସ୍ବାମୀ ବିବେକାନନନ୍ଦ ଓ ଲୋକମାନ୍ୟ ତିଲକଙ୍କୁ ପ୍ରେରଣା ଯୋଗାଇଥିଲା। ସନାତନ ଧର୍ମକୁ ବର୍ତ୍ତମାନ ସମୟରେ କେତେକ ବ୍ୟକ୍ତି ନଷ୍ଟ କରିବାକୁ ଜୋରଦାର୍‌ ପ୍ରୟାସ କରୁଛନ୍ତି। ଦେଶବାସୀ ଏପରି ବ୍ୟକ୍ତିଙ୍କ ପ୍ରତି ସତର୍କ ରହିବା ଉଚିତ୍‌। ଏପରି ବ୍ୟକ୍ତିଙ୍କୁ ଦେଶବାସୀ ଉପଯୁକ୍ତ ଜବାବ ଦେବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ ମେଣ୍ଟରେ ଥିବା ଡିଏମ୍‌କେ ଦଳର ନେତା ଉଦୟନିଧି ଷ୍ଟାଲିନ୍‌ ଓ ଏ.ରାଜା ପ୍ରମୁଖ ସନାତନ ଧର୍ମକୁ ନେଇ କେତେକ ନକାରାତ୍ମକ ଟିପ୍ପଣୀ ଦେବା ପରେ ବିଜେପି ତରଫରୁ ଏହାକୁ ବିରୋଧ ଜାରି ରହିଛି।
ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରି ମୋଦୀ କହିଥିଲେ ଏହି ମେଣ୍ଟର କୌଣସି ନୀତି, ଆଦର୍ଶ ନାହିଁ। ଏପରିକି ଏହି ମେଣ୍ଟର କେହି ନେତା ନାହାନ୍ତି। ସନାତନ ଧର୍ମ ପ୍ରତି ଆକ୍ରମଣ କରିବା ଏହି ମେଣ୍ଟର ଉଦ୍ଦେଶ୍ୟ। କଂଗ୍ରେସକୁ ସମାଲୋଚନା କରି ମୋଦୀ କହିଥିଲେ ଏହି ଦଳ ଯେତେବେଳେ ମଧ୍ୟପ୍ରଦେଶରେ ଶାସନ କରୁଥିଲା ସେତେବେଳେ ଏହି ରାଜ୍ୟର ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଥିଲା। କଂଗ୍ରେସ ଶାସନ କାଳ​‌େର ବୁନ୍ଦେଲଖଣ୍ଡରେ ଜନସାଧାରଣ ପାନୀୟ ଜଳ, ବିଦ୍ୟୁତ୍‌ ଓ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲେ। ଚଳିତବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶ ଗସ୍ତରେ ଥିବା ମୋଦୀ ସେଠାରେ ୫୦ ହଜାର କୋଟିରୁ ଅଧିକ ଅର୍ଥ ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories