www.samajalive.in
Monday, December 15, 2025
24.1 C
Bhubaneswar

ସମାନ କାମକୁ ସମାନ ଦରମା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ନୀଳଗିରି : ସମାନ କାମକୁ ସମାନ ଦରମା, ସରକାରୀ ଦପ୍ତରରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ, ଚୁକ୍ତିଭିତ୍ତିକ କାର୍ଯ୍ୟକାଳ ସମୟକୁ ଚାକିରି ଅବଧିରେ ଗଣନା କରାଯିବା ପ୍ରଭୃତି ୫ଦଫା ଦାବି ନେଇ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଆହ୍ୱାନରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୋମବାର ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ସରକାରୀ ଦପ୍ତରରେ କାର୍ଯ୍ୟରତ ଏହି ଚୁକ୍ତିଭିତ୍ତିକ କର୍ମଚାରୀମାନେ ସ୍ଥାନୀୟ ତହସିଲଦାର ଅଶେଷ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ କଳାବ୍ୟାଜ ପିନ୍ଧି ଦପ୍ତରରେ କାର୍ଯ୍ୟ କରିବେ ବୋଲି ମଧ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସନ୍ତରାଗଡ଼ିଆ ଆରଆଇ ମିଥୁନ ସେଠୀ, ନୀଳଗିରି ଆରଆଇ ଜ୍ୟୋତିର୍ମୟୀ ଦାସ, ଏଆରଆଇ ଜୀବନଜ୍ୟୋତି ନାୟକ, ମିତ୍ରପୁର ଆରଆଇ ରୁବି ନାୟକ, ଏଆରଆଇ ଲିପିକା ଦାସ, ଅଯୋଧ୍ୟା ଆରଆଇ ମୁକ୍ତିକାନ୍ତ ପ୍ରଧାନ, ବ୍ଲକ ମୁଖ୍ୟକିରାଣି କୈଳାସ ଚନ୍ଦ୍ର ବେହେରା, ତହସିଲ ଏସଆରଏ ରାଜକିଶୋର ରୟ, ନାଜିର ରତିକାନ୍ତ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories