www.samajalive.in
Monday, December 15, 2025
16.1 C
Bhubaneswar

ନିର୍ମାଣାଧୀନ ଇଣ୍ଡୋର ଷ୍ଟାଡିୟମ୍ ପରିଦର୍ଶନ କଲେ ଉପ ଜିଲ୍ଲାପାଳ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ୱାର୍ଡ ନଂ ୪ ରେ ସାଢେ଼ ଛଅ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଛି ଏକ ଇଣ୍ଡୋର ଷ୍ଟାଡିୟମ୍। ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରସ୍ତାବ କ୍ରମେ ତଥା ରାଜ୍ୟ ସରକାରଙ୍କ ଅନୁଦାନ ରାଶିରେ ଏକ ଏକର ଜମିରେ ନିର୍ମାଣ ହେଉଛି ଏହି ଷ୍ଟାଡିୟମ। କିନ୍ତୁ ନିର୍ମାଣ କାର୍ଯ୍ୟ ଧିମେଇ ଯାଉଥିବା ଜାଣି ବରଗଡ଼ ଉପ ଜିଲ୍ଲାପାଳ ଶୁଭେନ୍ଦୁ ସାମଲ ସୋମବାର ଅଚାନକ ପରିଦର୍ଶନ କରିବା ପାଇଁ ଆସିଥିଲେ। ଚାରିଆଡ଼େ ବୁଲି ଦେଖି ସଂପୃକ୍ତ ଠିକାଦାରଙ୍କୁ ନିର୍ମାଣ କାର୍ଯ୍ୟରେ ବିଳମ୍ବର କାରଣ ପଚାରି ବୁଝିଥିଲେ। ବର୍ଷା ପାଣି ଜମିରହୁଥିବା ଯୋଗୁଁ କାମ କରିହେଉ ନଥିବା ଯୋଗୁଁ ବିଳମ୍ବ ହେଉଛି ବୋଲି ସଂପୃକ୍ତ ଠିକାଦାର ଉତ୍ତର ରଖିଥିଲେ। ଜମା ହୋଇଥିବା ପାଣିକୁ ନିଷ୍କାସନ କରିବାର ବିକଳ୍ପ ବ୍ୟବସ୍ଥା କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉପ ଜିଲ୍ଲାପାଳ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ।

ଆରଏମସି ର ପ୍ରେକ୍ଷାଳୟ ପରି ନିମ୍ନ ମାନର କାମ ନହୋଇ କାମ ଉଚ୍ଚ ମାନର ହେବା ଆବଶ୍ୟକ ବୋଲି ସେ ଠିକାଦାରଙ୍କୁ ସତର୍କ କରି ଯାଇଛନ୍ତି । ଏହି ଷ୍ଟାଡିୟମ ଦ୍ବାରା ଅଞ୍ଚଳର କ୍ରୀଡାବିତ୍, ଖେଳ ପ୍ରେମୀ ମାନଙ୍କର ଅନେକ ଉପକାର ସାଧିତ ହୋଇପାରିବ। ଷ୍ଟାଡିୟମ୍ ଅଭାବରୁ ଅଞ୍ଚଳର ଖେଳାଳି ମାନେ ଅଭ୍ୟାସ କରିବାକୁ ତଥା ବ୍ୟାୟାମ ଆଦି କରିବାକୁ ବିଭିନ୍ନ ବେସରକାରୀ ଅନୁଷ୍ଠାନକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏଥିପାଇଁ ଅନେକ ବେସରକାରୀ ବ୍ୟାୟାମଶାଳା ମୁଣ୍ଡ ଟେକିଲାଣି। ସମସ୍ତେ ଆଶା ବାନ୍ଧି ରହିଛନ୍ତି ଏହି ଇଣ୍ଡୋର୍ ଷ୍ଟାଡିୟମ୍ ଉପରେ। ତେଣୁ ଯେତେ ଶୀଘ୍ର ହେବ,ଏହି ଷ୍ଟାଡିୟମର କାମ ସମ୍ପୂର୍ଣ ହେବା ନିହାତି ଆବଶ୍ୟକ। ତେବେ ଦେଖାଯାଉ ଉପ ଜିଲ୍ଲାପାଳଙ୍କ ପରିଦର୍ଶନ ଏହି ଷ୍ଟାଡିୟମ୍ ନିର୍ମାଣ କାମକୁ କେତେ ତ୍ୱରାନ୍ୱିତ କରିପାରୁଛି । ଏହି ପରିଦର୍ଶନ ବେଳେ ଅତାବିରା ତହସିଲଦାର ସୌଭାଗ୍ୟ ବେହେରା, ସିଦ୍ଧାର୍ଥ ଶଙ୍କର ପଣ୍ଡା ଉପସ୍ଥିତ ଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories