www.samajalive.in
Monday, December 15, 2025
24.1 C
Bhubaneswar

ତେଜୁଛି ରାଜନୀତି – ଭେଟିବାକୁ ଦେଲେନି, ଏବେ ଉତ୍ତର ଦେବେ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌‌ପି

ଡେସ୍କ: ସମ୍ବଲପୁରରେ ହିଂସା ପ୍ରଶମିତ ହୋଇ ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ମଧ୍ୟ ଏବେ ରାଜନୀତି ତେଜିବାରେ ଲାଗିଛି। ପିଡୀତଙ୍କୁ ଭେଟିବାକୁ ନ ଦେବା ନେଇ ୩ ଜଣ ସାଂସଦଙ୍କ ଅଭିଯୋଗ ପରେ ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ଦେବାକୁ ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ପାଳନକୁ ନେଇ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ବିଜେପିର ୩ ଜଣ ସାଂସଦ ଆଣିଥିବା ସ୍ୱାଧୀକାର ଭଙ୍ଗ ନୋଟିସ୍‌‌ ଉପରେ କେନ୍ଦ୍ର ସରକାର ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌‌ପିଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ହିଂସାକାଣ୍ଡରେ ମୃତ ଆଦିବାସୀ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ଏବଂ ଆହତମାନଙ୍କୁ ହସ୍‌‌ପିଟାଲକୁ ଯାଇ ଦେଖା କରିବାକୁ ବିଜେପି ସାଂସଦ, ବିଧାୟକ ଓ ଅନ୍ୟ ନେତା ଯାଉଥିବାବେଳେ ତାଙ୍କୁ ଅଟକାଇ ଥାନାରେ ରଖିବା ଘଟଣାରେ କେନ୍ଦ୍ର ସରକାର ଏହି ରିପୋର୍ଟ ମାଗିଛନ୍ତି।

- Advertisement -

କର୍ଫ୍ୟୁ କୋହଳ ସତ୍ତ୍ବେ ଏବଂ ପୂର୍ବରୁ ଅନୁମତି ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଓ ଏସ୍‌‌ପି ବିଜେପି ଟିମ୍‌‌କୁ ପିଡୀତଙ୍କୁ ଭେଟିବାକୁ ଅନୁମତି ନ ଦେବା ନେଇ ବରଗଡ଼଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ ସୁନ୍ଦରଗଡ଼଼ ସାଂସଦ ଜୁଏଲ ଓରାମ ଦୁଇ-ଦୁଇଟି ସ୍ୱାଧୀକାର ଭଙ୍ଗ ନୋଟିସ୍‌‌ ଲୋକ ସଭା ବାଚସ୍ପତି ଓମ୍‌‌ ବିର୍ଲାଙ୍କୁ ଦେଇଥିଲେ। ଏସ୍‌‌ପି ଓ ଜିଲ୍ଲାପାଳ କେଉଁ ଆଧାରରେ ଏମାନଙ୍କୁ ଆହତ ଓ ମୃତକଙ୍କ ପରିବାରକୁ ଭେଟିବାକୁ ଦେଲେ ନାହିଁ ବୋଲି ସାଂସଦ ଶ୍ରୀ ପୂଜାରୀ ୨୫ ତାରିଖରେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦେବାକୁ କେନ୍ଦ୍ର ସରକାର ଜିଲ୍ଲାର ଦୁଇ ବରିଷ୍ଠ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୧୮ ତାରିଖ ଦିନ କର୍ଫ୍ୟୁ କୋହଳ ସମୟରେ ବିଜେପିର ଏହି ଟିମ୍‌‌ ମୃତକ ପରିବାର ଓ ଆହତଙ୍କୁ ଭେଟିବାକୁ ଯାଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories