ଝଡତୋଫାନରେ ଘର ଭାଙ୍ଗିଲା

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର କଂସର ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ହୋଇଥିବା କାଳବୈଶାଖୀ ଝଡ ତୋଫାନରେ ଗଛ ପଡି ୫ ଜଣଙ୍କ ଘର ଭାଙ୍ଗି ଯାଇଛି।   କଂସର ଗ୍ରାମର ସୁଶିଲ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ଜନ୍ମ ମୁଣ୍ଡା, ଶାନ୍ତି କେରକେଟା ଓ ସେଟ ଟପନୋଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ ଦିବାକର ବେହେରା ଘର ଭାଙ୍ଗିଥିବା ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବା ସହିତ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଏ ସମ୍ପର୍କରେ ଅବଗତ କରାଇ ବିିହିତ ପଦକ୍ଷେପ ନେଇ ସରକାରୀ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।

Comments are closed.