ଡା. ରାସେଶ୍ୱରୀ ପାଣିଗ୍ରାହୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ୧୨ ଜଣଙ୍କୁ ସହାୟତା
ସମ୍ବଲପୁର: ଡା. ରାସେଶ୍ୱରୀ ପାଣିଗ୍ରାହୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ୧୨ ଜଣଙ୍କୁ ପାଠପଢ଼ା ଓ ଚିକିତ୍ସା ପାଇଁ ସମୁଦାୟ ୧ ଲକ୍ଷ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଶନିବାର ସନ୍ଧ୍ୟାରେ ଟ୍ରଷ୍ଟର ସଂସ୍ଥାପିକା ଡା. ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏବଂ ଅଧ୍ୟକ୍ଷ ପ୍ର. ଶଙ୍କର ପ୍ରସାଦ ପତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଆବେଦନକାରୀଙ୍କ ସ୍ଥିତିକୁ ବିଚାରକୁ ନିଆଯାଇ ୩ ଜଣଙ୍କୁ ଚିକିତ୍ସା ବାବଦରେ ମୋଟ ୫୦ ହଜାର ଟଙ୍କା ଓ ୯ ଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ମାସିକ ୫ ହଜାର ୭୫୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଟ୍ରଷ୍ଟର ସମ୍ପାଦକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ସ୍ୱରୂପ ପୁରୋହିତ ପୂର୍ବ ବୈଠକର ବିବରଣୀ ଓ ଆର୍ଥିକ ବିବରଣୀ ଉପସ୍ଥାପନ କରିଥିଲେ। ଆଲୋଚନାରେ ଟ୍ରଷ୍ଟର ସଦସ୍ୟ ଡ. ନିରୁପମା ବଡପଣ୍ଡା, ସୁଧିର ପୂଜାରୀ, ଦେବାଶିଷ ନନ୍ଦ, ବିପିନ ପଣ୍ଡା, ସୁବ୍ରତ ପଣ୍ଡା ଓ ଶିବ ଶଙ୍କର ନନ୍ଦ ତଥା ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଉଦ୍ଧବ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପୋଷଣ କରିଥିଲେ।
Comments are closed.