www.samajalive.in
Sunday, December 7, 2025
26.1 C
Bhubaneswar

ଆର୍ନ୍ତଜାତୀୟ ସଫ୍ଟ ଟେନିସ ପ୍ରତିଯୋଗିତାରେ ସମ୍ବଲପୁରର ଅଂଶୁମାନ

ସମ୍ବଲପୁର : ଆଗାମୀ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ ଦେଶର ପଟ୍ଟାୟା ଠାରେ ଆର୍ନ୍ତଜାତୀୟ ସଫ୍ଟ ଟେନିସ ଚାମ୍ପିୟନସିପ ୨୦୨୩ ଆୟୋଜିତ ହେବାକୁ ଯାଉଛି। ଏଥିରେ ସମ୍ବଲପୁରର ଅଂଶୁମାନ ବାବୁ ଓଡ଼ିଶାରୁ ଅଣ୍ଡର – ୧୮ ବର୍ଗରେ ଚୟନ ହୋଇ ଦେଶକୁ ଆର୍ନ୍ତଜାତୀୟସ୍ତରରେ ପ୍ରତିନିଧିତ୍ୱ କରିବେ। କିନ୍ତୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଥିବାରୁ ସେ ଜିଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଶୁକ୍ରବାର ଯୁବ ଖେଳାଳି ଅଂଶୁମାନ ଓ ତାଙ୍କର ପିତା ସଞ୍ଜୀବ ବାବୁଙ୍କ ସହିତ ଜିଲାପାଳଙ୍କୁ ସାକ୍ଷାତକାର କରି ପ୍ରତିଯୋଗିତାରେ ସାମିଲ ହେବା ପାଇଁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି। ସମ୍ବଲପୁରର ଠେମରା ଗ୍ରାମର ମୂଳ ନିବାସୀ ତଥା ଚାରଭାଟିରେ ରହୁଥିବା ସଞ୍ଜୀବ ବାବୁ ଓ ଗାୟତ୍ରୀ ବାବୁଙ୍କ ଦ୍ୱିତୀୟ ପୁତ୍ର ଅଂଶୁମାନ ବାବୁ ଦେଶକୁ ଅଣ୍ଡର – ୧୮ ବର୍ଗରେ ପ୍ରତିନିଧିତ୍ୱ କରି ଏହି ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ଖେଳିବେ। ସମ୍ବଲପୁର ଟେନିସ ଏସୋସିଏସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଖେଳିବା ସହିତ ଅଂଶୁମାନ ରାଜ୍ୟ ଓ ଜାତୀୟସ୍ତରରେ ମଧ୍ୟ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି। ଆମେଚର ସଫ୍ଟ ଟେନିସ ଫେଡେରେସନ ଅଫ ଇଣ୍ଡିଆ ତରଫରୁ ଓଡ଼ିଶା ସଫ୍ଟ ଟେନିସ ଏସୋସିଏସନକୁ ଦିଆଯାଇଥିବା ପତ୍ର ଅନୁଯାୟୀ, ବିଗତ ଦିନରେ ପ୍ରଦର୍ଶିତ ଉତ୍ତମ ଖେଳ ପାଇଁ ଓଡ଼ିଶାରୁ ଅଂଶୁମାନ ବାବୁଙ୍କୁ ଏହି ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଚୟନ କରାଯାଇଛି। ତେବେ ତାଙ୍କ ପାଇଁ ଏବେ ଅର୍ଥ ଯୋଗାଡ କରିବା କଷ୍ଟକର ହୋଇ ପଡ଼ିଥିବାରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଅପରପକ୍ଷରେ ସମ୍ବଲପୁର ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଥିବା ଅଂଶୁମାନଙ୍କୁ ଏହି ସଫଳତା ପାଇଁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories