କର୍ମଚାରୀଙ୍କୁ ଦକ୍ଷ ପାଇଁ ରାଜ୍ୟ ଶ୍ରମ ବିଭାଗ ତରଫରୁ ‘ଇ-ଅଫିସ’ କର୍ମଶାଳା

ସମ୍ବଲପୁର: ରାଜ୍ୟ ଶ୍ରମ ବିଭାଗ ତରଫରୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସର୍ବଶିକ୍ଷା ଅଭିଯାନର ସମ୍ମିଳନୀ କକ୍ଷରେ ‘ଇ-ଅଫିସ’ ସଂକ୍ରାନ୍ତୀୟ ଦିନିକିଆ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି।

ଏହି ଏକ ଦିବସୀୟ କର୍ମଶାଳାରେ ସମ୍ବଲପୁର ଶ୍ରମ ବିଭାଗର ଅଧିକାରୀ ମାନଙ୍କ ସମେତ ଅନୁଗୁଳ, ସୁନ୍ଦରଗଡ, ଦେବଗଡ ଓ ଝାରସୁଗୁଡା ଜିଲାର ଅଧିକାରୀମାନେ ଯୋଗ ଦେଇଥିଲେ। କର୍ମଶାଳାରେ କର୍ମଚାରୀମାନଙ୍କୁ ‘ଇ-ଅଫିସ’ ସର୍ମ୍ପକରେ ଅଧିକ ଦକ୍ଷ କରିବା ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଥିଲା।

prayash

ଏହା ଦ୍ୱାରା ସରକାରୀ ବ୍ୟବସ୍ଥାରେ ଅଧିକ ଶିଘ୍ର, ସଠିକ ଓ କ୍ରିୟାଶୀଳ କାର୍ଯ୍ୟ ସମ୍ପାଦନ ହୋଇ ପାରିବ ଏବଂ ଜନତା ଉପକୃତ ହେବେ ବୋଲି କର୍ମଶାଳାରେ ସୂଚନା ଦିଆଯାଇଥିଲା।

କର୍ମଶାଳରେ ଯୁଗ୍ମ ଶ୍ରମ କମିଶନର ଘାସିରାମ ଟୁଡୁ, ସହାୟକ ନିର୍ଦ୍ଦେଶକ ଫ୍ୟାକ୍ଟ୍ରି ଓ ବଏଲର ସମ୍ବଲପୁର ପଙ୍କଜ ବିଶ୍ୱାଳ, ସମ୍ବଲପୁର ଜିଲା ଶ୍ରମ ଅଧିକାରିଣୀ ସୁମିତ୍ର ମାଝୀଙ୍କ ସମେତ ଅନ୍ୟ ଜିଲାର ଶ୍ରମ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।

kalyan agarbati

Comments are closed.