ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ’, ବିଜେତା ପ୍ରତିଯୋଗୀଙ୍କୁ ୫୦ ହଜାର ଅର୍ଥରାଶି ପ୍ରଦାନ
ସମ୍ବଲପୁର: ଜିଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଶାସନ, ଜିଲା ଶିଶୁ ସୁରକ୍ଷା ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ। ସ୍ଥାନୀୟ ତପସ୍ବୀନି ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪ଟି ଶିଶୁ ଅନୁଷ୍ଠାନର ଅନ୍ତେବାସୀ ଯୋଗଦେଇଥିଲେ। ଅନ୍ତେବାସୀଙ୍କ ମଧ୍ୟରେ ବକ୍ତୃତା, ସଂଗୀତ, ବୁଦ୍ଧି ପରୀକ୍ଷା, ଚିତ୍ରାଙ୍କନ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ନୃତ୍ୟ ପ୍ରତିଯୋଗିତାର ଜୁନିୟର ଵର୍ଗରେ ଡ.ଆଇଜାକ ଶାନ୍ତ୍ରା ବାଲନିକେତନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସିନିଅର ଵର୍ଗରେ ଉତ୍କଳ ବାଳାଶ୍ରମ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ଦୁଇ ଦଳକୁ ୨୫ ହଜାର ଟଙ୍କା ଲେଖାଁଏ ଅର୍ଥରାଶି ପ୍ରଦାନ କରାଯାଇଥିଲା। କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଡକ୍ରସ ସମ୍ପାଦକ ଜୟ ଜର୍ଜ୍, ଆଇସିଡିଏସର ପ୍ରୋଗ୍ରାମ ଅଫିସର ସବିତା ଦାସ, ସିଡବ୍ଲୁସି ସଦସ୍ୟ କବିତା ପଣ୍ଡା, ଯଦୁମଣି କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ।
Comments are closed.