www.samajalive.in
Monday, December 15, 2025
24.1 C
Bhubaneswar

ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ

ସମାଜ ଡିଜିଟାଲ ଡେସ୍କ: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩ ବିଧାୟକଙ୍କୁ ବିଦା କରିଛି ସମାଜବାଦୀ ପାର୍ଟି । ବିଧାୟକ ଅଭୟ ସିଂହ, ରାକେଶ ପ୍ରତାପ ସିଂହ ଓ ମନୋଜ କୁମାର ପାଣ୍ଡେଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ସମାଜବାଦୀ ପାର୍ଟି ଆଜି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳର ମୁଖ୍ୟ ଅଖିଳେଶ ଯାଦବ ଏକ ନିର୍ଦ୍ଦେଶ ଜାରି କରି ୩ଜଣ ବିଧାୟକଙ୍କୁ ବହିଷ୍କାର କରିଛନ୍ତି । ଗତ ବର୍ଷ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ୍‍ ଭୋଟିଂ ଯୋଗୁ ତିନି ଜଣଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା କୁହାଯାଇଛି ।

ଯଦିଓ ଦଳର ହାଇକମାଣ୍ଡ ତିନି ବିଧାୟକଙ୍କୁ ସେମାନଙ୍କ ଆଚରଣ ସୁଧାରିବା ପାଇଁ ସମୟ ଦେଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଉନ୍ନତି ହୋଇନଥିଲା, ତେଣୁ ଦଳ ସେମାନଙ୍କୁ ବାହାରର ରାସ୍ତା ଦେଖାଇଛି । ସପାରୁ ବହିଷ୍କୃତ ଅଭୟ ସିଂହ ଅଯୋଧ୍ୟାର ଗୋସାଇଗଞ୍ଜ ଆସନରୁ ବିଧାୟକ ଥିଲେ । ସେ ସମାଜବାଦୀ ପାର୍ଟିର ଶକ୍ତିଶାଳୀ ନେତା ଏବଂ ପୂର୍ବତନ ସାଂସଦ ମୁଖତାର ଅନସାରୀଙ୍କ ନିକଟତର ଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories