www.samajalive.in
Tuesday, December 9, 2025
15.1 C
Bhubaneswar

ଘୋଷଣା ହେଲା ‘ସମାଜ’ ଗଣମାଧ୍ୟମ ପୁରସ୍କାର: ୭ଟି ବିଭାଗରେ ୨୨ ପ୍ରତିଭା ମନୋନୀତ, ୧୦୫ତମ ପ୍ରତିଷ୍ଠା ଦିବସ ସମାରୋହରେ ହେବେ ପୁରସ୍କୃତ 

ଭୁବନେଶ୍ବର: ‘ସମାଜ’ର ୧୦୫ତମ ପ୍ରତିଷ୍ଠା ଦିବସ ଅବସରରେ ‘ସମାଜ’ ଗଣମାଧ୍ୟମ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଭୁବନେଶ୍ବର ୟୁନିଟ୍‌-୮ ଡିଏଭି ସ୍କୁଲ ଅଫ୍‌ ବିଜିନେସ ମ୍ୟାନେଜମେଣ୍ଟ ପରିସରରେ ଗତ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା। ବିଚାରକମଣ୍ଡଳୀଙ୍କ ଦ୍ବାରା ସମସ୍ତ ବିଭାଗର ମୂଲ୍ୟାୟନ କରାଯାଇ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ଘୋଷଣା କରାଯାଇଛି।

ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁଖ୍ୟତଃ ଖବର ଲିଖନ, ଖବର ସମ୍ପାଦନା, ଅନୁବାଦ, ଶିରୋନାମା ଲିଖନ, ଫଟୋ ସମ୍ପାଦନା, ଭିଡିଓ ସମ୍ପାଦନା ଓ ପିଟିସି ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

- Advertisement -

ପ୍ରତିଯୋଗିତାର ଫଳାଫଳ ଅନୁଯାୟୀ ଖବର ଲିଖନରେ ଭୁବନେଶ୍ବରୀ ତ୍ରିପାଠୀ ପ୍ରଥମ, ଦେବାଶିଷ ସାହୁ ଦ୍ବିତୀୟ ଓ ରାଜେଶ ରାୟ ତୃତୀୟ ହୋଇଛନ୍ତି। ଖବର ସମ୍ପାଦନାରେ ସ୍ମୃତିରେଖା ଦଳାଇ ପ୍ରଥମ, ଚନ୍ଦନ ପଣ୍ଡା ଦ୍ବିତୀୟ ଓ ପ୍ରତୀକ୍ଷା ମହାପାତ୍ର ତୃତୀୟ ହୋଇଛନ୍ତି।

ସେହିପରି ଅନୁବାଦରେ ସୁଦେଷ୍ଣୁ କୁମାର ବଳ ପ୍ରଥମ, ଶୁଭଲକ୍ଷ୍ମୀ ଜୟସିଂହ ଦ୍ବିତୀୟ ଓ ଏଲିନା ମିଶ୍ର ତୃତୀୟ ହୋଇଛନ୍ତି। ଭିଡିଓ ସମ୍ପାଦନାରେ ରାମଚନ୍ଦ୍ର କାମିଲା ପ୍ରଥମ, ଭୂତାଲ ବାସ୍କି ଓ ପ୍ରବୀଣ କୁମାର ବିହାରୀ ଯୁଗ୍ମ ଦ୍ବିତୀୟ ଓ ସ୍ମୃତିରେଖା ଦଳେଇ ତୃତୀୟ ହୋଇଛନ୍ତି। ଶିରୋନାମା ଲିଖନରେ ରଶ୍ମିରଞ୍ଜନ ମହାପାତ୍ର ପ୍ରଥମ, ରୌନକ ପଟ୍ଟନାୟକ ଦ୍ବିତୀୟ ଓ ଚନ୍ଦନ ପଣ୍ଡା ତୃତୀୟ ହୋଇଛନ୍ତି।

ସେହିପରି ଫଟୋ ସମ୍ପାଦନାରେ ରାଜେଶ ରାୟ ପ୍ରଥମ, ମାନସ କୁମାର ଜେନା ଦ୍ବିତୀୟ ଓ ଓମ୍‌ ଶୁଭମ୍‌ ମଲ୍ଲିକ ତୃତୀୟ ବିବେଚିତ ହୋଇଛନ୍ତି। ପିଟିସିରେ ଶୁଭଲକ୍ଷ୍ମୀ ଜୟସିଂହ ପ୍ରଥମ, ରୌନକ ପଟ୍ଟନାୟକ ଦ୍ବିତୀୟ ଓ ବିବେକାନନ୍ଦ ଗଡ଼ନାୟକ ତୃତୀୟ ହୋଇଛନ୍ତି।

ରାଜ୍ୟର ପ୍ରମୁଖ ଗଣମାଧ୍ୟମର ବିଶିଷ୍ଟ ବ୍ୟକ୍ତିତ୍ବ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ଫକିରମୋହନ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ; କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାପୁଟ; ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, କିଟ୍ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଅମିତ କଲେଜର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ସାମିଲ ହୋଇଥିଲେ।

କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୪ ତାରିଖ ଅପରାହ୍ଣ ୫.୩୦ରେ କଟକ ସାରଳା ଭବନରେ ଅନୁଷ୍ଠିତ ହେବାକୁ ଥିବା ‘ସମାଜ’ର ୧୦୫ତମ ପ୍ରତିଷ୍ଠା ଦିବସ ସମାରୋହରେ ପୁରସ୍କୃତ କରାଯିବ ବୋଲି ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories