ବିରଳ କୃଷ୍ଣସାର ହରିଣ ଶିକାର ମାମଲା:ସଲମାନଙ୍କୁ ୫ବର୍ଷ ଜେଲ: ୧୦ହଜାର ଜୋରିମାନା

0

ନୂଆଦିଲ୍ଲୀ: ଯୋଧପୁର ‘ହାମ ସାଥ ସାଥ ହେ’ ସିନେମା ସୁଟିଂ ସମୟରେ ଅଭିନେତା ସଲମାନ ଖାନ୍‌ଙ୍କ ସମେତ ସୈଫ ଅଲ୍ଲୀ ଖାନ୍‌, ତବୁ, ନୀଲମ ଓ ସୋନାଲି ବେନ୍ଦ୍ରେଙ୍କ ନାମରେ ବେଆଇନ ଭାବରେ ବିରଳ କୃଷ୍ଣସାର ହରିଣ ଶିକାର ଅଭିଯୋଗରେ ଚାଲିଥିବା ମାମଲାର ଆଜି ଚୂଡ଼ାନ୍ତ ଶୁଣାଣି କରି ତାଙ୍କୁ ୫ ବର୍ଷ ଜେଲ ଓ ୧୦ହଜାର ଜୋରିମାନା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅନ୍ୟତମ ଅଭିଯୁକ୍ତ ଭାବରେ ସୈଫ ଅଲ୍ଲୀ ଖାନ୍‌, ତବୁ, ନିଲମ ଓ ସୋନାଲି ବେନ୍ଦ୍ରେଙ୍କୁ ପ୍ରମାଣ ଅଭାବରୁ ଖଲାସ କରି ଦିଆଯାଇଛି। ଯୋଧପୁର ବରିଷ୍ଠ ମୁଖ୍ୟ ବିଚାରପତି ଦେବକୁମାର ଖତରି ତାଙ୍କ ରାୟରେ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ଦ୍ବାରା ଜାମିନରେ ମୁକୁଳିବାର ସୁଯୋଗରୁ ସଲମାନ ବଞ୍ଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦ ବର୍ଷ ପୂର୍ବେ ୧୯୯୮ରେ ସିନେମା ସୁଟିଂ ଚାଲିଥିବାବେଳେ ସଲମାନଙ୍କ ସମେତ ଏହି ତାରକାମାନେ ନିକଟସ୍ଥ ଜଙ୍ଗଲରେ କଳା ହରିଣ ଶିକାର କରିଥିଲେ ବୋଲି ବିଷ୍ଣୋଇ ସମାଜ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇ ଥିଲା। ପରେ ଉକ୍ତ ଗ୍ରାମବାସୀ ସଲମାନଙ୍କୁ ହରିଣ ଶିକାର କରିବାକୁ ବିରୋଧ କରିବାରୁ ମୃତ ହରିଣକୁ ନେଇ ସଲମାନ ବନ୍ଧୁକ ମୁନରେ ଗ୍ରାମାବାସୀଙ୍କୁ ଭୟଭୀତ କରି ସେଠାରୁ ଖସି ପଲାଇ ଥିଲେ।  ଏହି ଅପରାଧରେ ସର୍ବାଧିକ ୬ ବର୍ଷ କାରାଦଣ୍ଡ ପାଇଁ ଆଇନ ରହିଥିବାବେଳେ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟର ରାୟ ପ୍ରକାଶ ପାଇବା କ୍ଷଣି ଯୋଧପୁର ପୁଲିସ ସଲମାନଙ୍କୁ ରିମାଣ୍ଡରେ ନେଇଛନ୍ତି। ସଲମାନଙ୍କୁ ସେଣ୍ଟ୍ରାଲ ଜେଲକୁ ନିଆଯିବ। ଏହା ପୂର୍ବରୁ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ।

Leave A Reply