www.samajalive.in
Saturday, December 6, 2025
16.1 C
Bhubaneswar

କାହା ଟାର୍ଗେଟରେ ଅଭିନେତା ସଲମାନ…ଇମେଲ ଖୋଲିବ ଗୁମର

ଡେସ୍କ: ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରାରେ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ। ପୁଲିସ ଅଧିକାରୀଙ୍କ କହିବାନୁସାରେ, ୩ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହାପରେ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସଲମାନଙ୍କ ବାସଭବନ ବାହାରୁ ସକାଳେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିବାର ଦୃଶ୍ୟ ମଧ୍ୟ ଅନଲାଇନରେ ସାମ୍ନାକୁ ଆସିଛି।

ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି, ବଢିଲା ସୁରକ୍ଷା

- Advertisement -

​ଆଜି ଭୋର ପ୍ରାୟ ୫ଟା ବେଳେ ବାନ୍ଦ୍ରାରେ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ। ୩ ରାଉଣ୍ଡ ଗୁଳିଚାଳନା ହୋଇଥିବା ନେଇ ପୁଲିସକୁ ସୂଚନା ମିଳିଛି। ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ମୁମ୍ବାଇ ପୋଲିସ କହିଛି।

ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ଅଭିନେତାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

ବିଜେପିର ସଂକଳ୍ପ ପତ୍ର ଜାରି – ବିକାଶର ପରିଭାଷା ବଖାଣିଲେ ରାଜନାଥ ଓ ନଡ୍ଡା

ବାନ୍ଦ୍ରାସ୍ଥିତ ସଲମାନଙ୍କ ବାସଭବନ ବାହାରେ ଗୁଳିଚାଳନା ପ୍ରସଙ୍ଗରେ ଶିବସେନା ନେତା ଆନନ୍ଦ ଦୁବେ କହିଛନ୍ତି, ସଲମାନ ଖାନ ହୁଅନ୍ତୁ କିମ୍ବା କୌଣସି ସାଧାରଣ ଲୋକ, ମୁମ୍ବାଇ ଏବଂ ମହାରାଷ୍ଟ୍ରରେ କେହି ସୁରକ୍ଷିତ ଅନୁଭବ କରୁନାହାନ୍ତି। ଆଜି ସକାଳେ ସଲମାନ ଖାନଙ୍କ ଘର ବାହାରେ ଗୁଳିବିନିମୟ ହୋଇଥିଲା। ଏହା କି ପ୍ରକାର ଆଇନ ଶୃଙ୍ଖଳା? ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଆପଣ କେଉଁଠି ଅଛନ୍ତି?… ଅପରାଧୀମାନେ ନିର୍ଭୟରେ ବୁଲୁଛନ୍ତି। ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି ଘଟଣାପ୍ରତି ଦୃଷ୍ଟି ଦେବା ଦରକାର।

ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୟୁରୋପରୁ ପଠାଯାଇଥିବା ଧମକପୂର୍ଣ୍ଣ ମେସେଜରେ ଲେଖାଥିଲା, ‘ସଲମାନ ଖାନ୍ ଭାଇ-ଭାଇ କରତେ କରତେ ହୈ। ଏବେ ତୁମ ଭାଇ ବି ତୁମକୁ ବଞ୍ଚାଇ ପାରିବ ନାହିଁ। ଦାଉଦ କିମ୍ବା କୌଣସି ଭାଇ ତୁମ୍ଭକୁ ରକ୍ଷା କରିବେ ବୋଲି ଭାବିବେ ନାହିଁ। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଆପଣ କ’ଣ କହିଥିଲେ ତାହା ଭୁଲିହେବ ନାହିଁ। ଆପଣ ନିଶ୍ଚିତ ଭାବରେ ଶିକ୍ଷା ପାଇବେ। ଆପଣ ଯେଉଁ ଦେଶକୁ ପଳାଇବାକୁ ଚାହୁଁଛନ୍ତି ସେହି ଦେଶକୁ ପଳାଇ ଯାଆନ୍ତୁ, କିନ୍ତୁ ମୃତ୍ୟୁ ପାଇଁ ଭିସା ଦରକାର ନାହିଁ।

ଏହି ଧମକ ପରେ ମହାରାଷ୍ଟ୍ର ସରକାର ସଲମାନଙ୍କୁ ୱାଇ+ ସୁରକ୍ଷା ଦେଇଥିଲେ। କିନ୍ତୁ ଆଜି ସଲମାନ ଖାନଙ୍କ ଘର ବାହାରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ। ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଘଟଣା ଘଟିଛି। ଗୁଳି ଚଳାଇଥିବା ବ୍ୟକ୍ତି କିଏ ଥିଲେ ତାହାର ତଦନ୍ତ କରାଯାଉଛି। ସଲମାନଙ୍କ ଘର ବାହାରେ ସୁରକ୍ଷା ଯାଞ୍ଚ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ: ଏହା ହେଉଛି ବିକଶିତ ଭାରତର ସଂକଳ୍ପ ଦସ୍ତାବିଜ – ମୋଦୀ

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories