www.samajalive.in
Tuesday, December 9, 2025
26.1 C
Bhubaneswar

‘ସଖୀ’ ୱାନ ଷ୍ଟପ ସେଣ୍ଟର ଉଦଘାଟିତ

ନବରଙ୍ଗପୁର: ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ‘ସଖୀ’ ୱାନ ଷ୍ଟପ ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି ସେଣ୍ଟରକୁ ଓଡ଼ିଶା ରାଜ୍ୟ ସରକାରଙ୍କ ଜଳସେଚନ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନା, ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର କୁମାର ରାଉତ ଯୋଗ ଦେଇଥିଲେ । ଏହି ସଖୀ ୱାନ ଷ୍ଟପ ସେଣ୍ଟର ଖୋଲିବା ଦ୍ୱାରା ବିଶେଷକରି ଶାରୀରିକ ହିଂସା, ଯୌନ ନିର୍ଯ୍ୟାତନା, ମାନସିକ ନିର୍ଯ୍ୟାତନା, ବଧୁ ହତ୍ୟା ଓ ମହିଳା ଚାଲାଣ, ସାଇବର ଅପରାଧ, ଘରୋଇ ହିଂସା, ବାଲ୍ୟ ବିବାହ, ଦ୍ଵିତୀୟ ବିବାହ କରି ପ୍ରଥମେ ବିବାହ କରିଥିବା ସ୍ତ୍ରୀ ଉପରେ ଅତ୍ୟାଚାର ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ମହିଳାଙ୍କୁ ଉଚିତ ନ୍ୟାୟ ଦେଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ଏବଂ ଆବଶ୍ୟକ ସ୍ଥଳେ ପୋଲିସ, ଓକିଲ, ସ୍ୱଳ୍ପ କାଳୀନ ଆବାସିକ ବ୍ୟବସ୍ଥା, ଡାକ୍ତରଙ୍କ ଚିକିତ୍ସା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି କହିଛନ୍ତି ଏହି ସେଣ୍ଟରର ଲିଗାଲ ଏଡ଼ଭାଇଜର କିଶୋରୀ ପଟ୍ଟନାୟକ।

ଆଜିର ଏହି ସଖୀ ୱାନ ଷ୍ଟପ ସେଣ୍ଟର ଉଦଘାଟନୀ ଉତ୍ସବ ସମୟରେ ମୁଖ୍ୟ ଚିକିତ୍ସା ଅଧିକାରୀ, ହସ୍ପିଟାଲ ମେନେଜର ରୂପସି ନାୟକ, ଏନଆରଏଚଏମ ଏଇ ବିଶ୍ୱ ଷଡଙ୍ଗୀ, ଆଇଟିଡିଏ ଏଇ ଶରତ ଚନ୍ଦ୍ର ମାଝୀ, ସେଣ୍ଟର ନିର୍ଦ୍ଦେଶକ ସୁଧୀର କୁମାର ସାବତ, କେନ୍ଦ୍ର ପରିଚାଳିକା ମାନଶ୍ୱିନୀ ବେହେରା, କମ୍ପ୍ୟୁଟର ପରିଚାଳିକା ଜ୍ୟୋତିର୍ମୟୀ ମହାନ୍ତି, ଆଇନ ପରାମର୍ଶ ଦାତା କିଶୋରୀ ପଟ୍ଟନାୟକ, କାଉନ୍‍ସିଲର ରଞ୍ଜିତା ସାହୁ, ସ୍ମରଣିକା ପଟ୍ଟନାୟକ, ସ୍ୱାସ୍ଥ୍ୟ ସେବୀ ସୌଦାମିନୀ ବୋଇପାରି, ମଲ୍ଟିପରପୋଜ ୱାର୍କର ଟୁନି କନ୍ଧପ।ନ, କେସ ୱାର୍କର ରଶ୍ମିତା ନାୟକ, ମଧୁସ୍ମିତା ନାୟକ, ଡିସେମ୍ବର ହରିଜନ, ସିକ୍ୟୁରୀଟି ଗାର୍ଡ ସସ୍ମିତା କଙ୍କରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories