www.samajalive.in
Monday, December 15, 2025
24.1 C
Bhubaneswar

ପିଏନବି ମାମଲାର ତଦନ୍ତ କରୁଛି ଇଡି : ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‍ ବ୍ୟାଙ୍କ୍‍ରେ ହୋଇଥିବା ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୨୦ଟି କମ୍ପାନୀରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଦ୍ୱାରା ହୋଇଥିବା କାରବାରର ତଦନ୍ତ କରୁଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ଶୁକ୍ଳା ଶୁକ୍ରବାର ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ,ଏହି ମାମଲାର ତଦନ୍ତ ଚାଲୁ ରହିଛି ଏବଂ ସମ୍ପୃକ୍ତ ୧୨୦ଟି କମ୍ପାନୀର ନାମ ପ୍ରକାଶ କଲେ ତାହା ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ । ନିରବ ମୋଦି ଏବଂ ତାଙ୍କର ସହଯୋଗୀଙ୍କ ଦ୍ୱାରା ଲେଟର୍‍ ଅଫ୍‍ ଅଣ୍ଡର ଟେକିଙ୍ଗ୍‍ର ଅସତ ଉପାୟରେ ବ୍ୟବହାର ବ୍ୟବହାର ଦ୍ୱାରା ଏଭଳି ଠକେଇ ଘଟିଥିବା ସେ କହିଛନ୍ତି । ଅନ୍ୟ ଏକ ପ୍ରଶ୍ନ ଉତ୍ତରରେ ଶ୍ରୀ ଶୁକ୍ଳା କହିଛନ୍ତି ଅର୍ଥ ଠକେଇ ନିରୋଧ ଆଇନ୍‍ ଅଧୀନରେ ନିରବ ମୋଦି ଏବଂ ମେହୁଲ ଚୋସ୍କିଙ୍କ ବିରୋଧରେ ଦୁଇଟି ମାମଲା ଦାୟର କରାଯାଇଛି ଏବଂ ଗତ ଫେବୃୟାରୀ ଶେଷ ସୁଦ୍ଧା ୭ହଜାର ୬୩୮କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories