www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟସଭା ନିର୍ବାଚନ ତୃଣମୂଳ ୪, ଟିଆରଏସ ୩ରେ ବିଜୟୀ

ନୂଆଦିଲ୍ଲୀ : ରାଜ୍ୟସଭାର ୨୫ ଆସନ ପାଇଁ ଶୁକ୍ରବାର ମତଦାନ ହୋଇଛି। ଏ ନେଇ ସକାଳୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଛି। ଏପ୍ରିଲରେ ଗୃହର ୫୮ ଟି ଆସନ ଖାଲି ହେବାକୁ ଯାଉଥିବା ବେଳେ ଏଥିମଧ୍ୟରୁ ୧୦ଟି ରାଜ୍ୟର ୩୩ଟି ଆସନରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ଏଣୁ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ତେଲେଙ୍ଗାନାର ବାକି ୨୫ଟି ଆସନ ପାଇଁ ମତଦାନ ହୋଇଛି। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ପଶ୍ଚିମବଙ୍ଗର ୫ଟି ରାଜ୍ୟସଭା ଆସନର ଶାସକ ତୃଣମୂଳ କଂଗ୍ରେସ ୪ଟିରେ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। ସେହିପରି ତେଲଙ୍ଗାନାର ୩ଟି ଆସନ ପାଇଁ ନିର୍ବାଚନ ହୋଇଥିବାବେଳେ ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସବୁ ଆସନରେ ବିଜୟୀ ହୋଇଛି। ଛତିଶଗଡର ଗୋଟିଏ ଆସନରେ ବିଜେପି ବିଜୟୀ ହୋଇଛି। କେରଳର ଗୋଟିଏ ଆସନରେ ଉପନିର୍ବାଚନ ହୋଇଥିବାବେଳେ ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ଶରଦ ଯାଦବ ଗୋଷ୍ଠୀର ବୀରେନ୍ଦ୍ର କୁମାର ବିଜୟୀ ହୋଇଛନ୍ତି। ତେବେ ଉତ୍ତରପ୍ରଦେଶର ୧୦ଟି ଆସନ, ଝାଡଖଣ୍ଡର ୨ଟି ଆସନ ଓ କର୍ଣ୍ଣାଟକର ୪ଟି ଆସନ ପାଇଁ ନିର୍ବାଚନ ହୋଇଥିବାବେଳେ ଭୋଟ ଗଣତି ବିଳମ୍ବ ଯୋଗୁଁ ଫଳାଫଳ ମିଳିପାରି ନାହିଁ।
କ୍ରସ୍‌ ଭୋଟିଂ କରିବାକୁ କିଛି ନେତା ଖୋଲାଖୋଲି ଭାବେ ଘୋଷଣା କରିଥିବାରୁ ଶାସକ ଦଳ ବିଜେପି ଏହି ନିର୍ବାଚନରେ ଅଧିକ ଆସନ ଲାଭ କରିବ ବୋଲି କୁହାଯାଇଥିଲା। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ବିଧାୟକ ଅନୀଲ ସିଂହ ତାଙ୍କ ଭୋଟ ବିଜେପି ପ୍ରାର୍ଥୀଙ୍କୁ ଦେବେ ବୋଲି ଖୋଲାଖୋଲି କହିଥିଲେ। ସେହିଭଳି ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ର ମନ୍ତ୍ରୀ ଓ. ପି. ରାଜଭା ମଧ୍ୟ କ୍ରସ୍‌ ଭୋଟିଂ ଖବରକୁ ସ୍ୱୀକାର କରିଥିଲେ। ମିତ୍ର ଦଳଗୁଡିକ ସହିତ ବିଜେପିର ବୈଠକରେ ବିଧାୟକ ଅନୀଲ ସିଂହ ଏବଂ ବିଜୟ ମିଶ୍ର ମଧ୍ୟ ଉପସ୍ଥିତ ଥିବା ସେ ପ୍ରକାଶ କରିଥିଲେ। ଅନ୍ୟପଟେ କଂଗ୍ରେସ ବିଧାୟକ ନରେଶ ସାଇନି ଏକ ବିରୋଧୀ ଦଳ ସପକ୍ଷରେ ଭୋଟ ଦେବେ ବୋଲି କୁହାଯାଇଥିଲ; ମାତ୍ର ସାଇନି ଏହାକୁ ଅସ୍ୱୀକାର କରିଥିଲେ। ଅନ୍ୟପଟେ ବିଜେପି ବିଧାୟକମାନେ ନିଜ ହାଇକମାଣ୍ଡଙ୍କ ଉପରେ କ୍ଷୁବ୍ଧ ଥିବାରୁ ବିରୋଧୀଙ୍କ ସପକ୍ଷରେ ମତ ଦେଇପାରନ୍ତି ବୋଲି ସମାଜବାଦୀ ପାର୍ଟି ନେତା ରାଜେନ୍ଦ୍ର ଚୌଧୁରୀ ପ୍ରକାଶ କରିଥିଲେ। ସେ କହିଥିଲେ, ତାଙ୍କ ଦଳ ସମର୍ଥନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଜୟା ବଚ୍ଚନ ଏବଂ ବିଏସ୍‌ପି ପ୍ରାର୍ଥୀ ଭୀମ ରାଓ ଆମ୍ବେଦକର ବିଜୟଲାଭ କରିବେ। ସେହିଭଳି କର୍ଣ୍ଣାଟକରେ ମଧ୍ୟ କ୍ରସ୍‌ ଭୋଟିଂ ହେବାର ସମ୍ଭାବନା ରହିଥିଲା। ଜନତା ଦଳ (ନିରପେକ୍ଷ) ନେତା ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି, କଂଗ୍ରେସର ଦୁଇ ବରିଷ୍ଠ ନେତା ପ୍ରଥମ ବାଲଟ ପେପର୍‌ରେ କ୍ରସ୍‌ ଭୋଟିଂ କରିଥିଲେ। କିନ୍ତୁ ରିଟର୍ଣ୍ଣିଂ ଅଫିସର୍‌ ସେମାନଙ୍କୁ ପୁନଃ ଭୋଟ ଦେବାକୁ ସୁଯୋଗ ପ୍ରଦାନ କରିଛନ୍ତି। ବେଆଇନ ଭାବେ ଭୋଟିଂ ପ୍ରକ୍ରିୟା ଜାରି ରହିଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories