www.samajalive.in
Sunday, December 14, 2025
26.1 C
Bhubaneswar

ଲିଙ୍ଗାୟତଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାର ଲିଙ୍ଗାୟତ ସମୂଦାୟକୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ କର୍ଣ୍ଣାଟକ କ୍ୟାବିନେଟ ଲିଙ୍ଗାୟତକୁ ପୃଥକ ଧର୍ମ ମାନ୍ୟତା ଦେବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିଲେ । ଆସନ୍ତା ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏପରି କରୁଥିବା ବିଜେପି ଅଭିଯୋଗ କରିଛି । ସେପଟେ ଅଖିଳ ବୀରଶିବ ମହାସଭା ଏହାକୁ ତୀବ୍ର ବିରୋଧ କରିଛି । ଏଥିପାଇଁ ବୀରଶିବ ମହାସଭା କଂଗ୍ରେସକୁ କଡ଼ା ସମାଲୋଚନା କରିଛି । ଏପରି କରି କଂଗ୍ରେସ ଲିଙ୍ଗାୟତ ଏବଂ ବୀରଶିବ ସମୂଦାୟଙ୍କୁ ଅଲଗା କରୁଛି ବୋଲି ବୀରଶିବ ମହାସଭା ଅଭିଯୋଗ କରିଛି । କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସିଦ୍ଧରମୈୟାଙ୍କ ଏପରି ନିଷ୍ପତ୍ତିକୁ ଭୋଟ ରାଜନୀତି ବୋଲି କହିଛନ୍ତି । କଂଗ୍ରେସ ହିନ୍ଦୁଙ୍କ ବିଭାଜିତ କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି କଂଗ୍ରେସ ନେତା ଶାମାନୁର ଶିବଶଙ୍କରପ୍ପା ମଧ୍ୟ ଏହି ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories