nua o banner

୨୭ ଲକ୍ଷ ଟଙ୍କା ଲୁଟ ଘଟଣାର ଗୁମର ଫିଟିଲା : ଏତଲାକାରୀ ହିଁ ମୁଖ୍ୟ ଅଭିଯୁକ୍ତ

BSKY banner  750×100
0

କଟକ : ଜଗତପୁର ୨୭ ଲକ୍ଷ ଟଙ୍କା ଲୁଟ୍ ଘଟଣାର ଗୁମର ଫିଟିଛି। ଏହି ଘଟଣାର  ଏତଲାକାରୀ ନଳିନୀକାନ୍ତ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। କମିଶନରେଟ ପୁଲିସ ୪ ଜଣଙ୍କୁ ଗିରଫ କରି ଲୁଟ ଟଙ୍କା ଉଦ୍ଧାର କରିଛି।

ଅଭିନବ ଢଙ୍ଗରେ ଟଙ୍କା ଲୁଟ୍ କରିଥିବା ସଂପୃକ୍ତ ଘରୋଇ କମ୍ପାନୀର କର୍ମଚାରୀ ନଳିନୀକାନ୍ତ ତ୍ରିପାଠୀଙ୍କୁ କମିଶନରେଟ ପୁଲିସ ଗିରଫ କରିଛି । ଏଥିରେ ସଂପୃକ୍ତ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ  ପୁଲିସ ସେମାନଙ୍କଠାରୁ ୨୬ ଲକ୍ଷ ୪୮ ହଜାର ଟଙ୍କା ଉଦ୍ଧାର କରିଛି । କଟକ ଡିସିପି ଅଖିଳେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ମାସ ୩୧ତାରିଖରେ ନଳିନୀକାନ୍ତ ଚାକିରି କରୁଥିବା  ଏକ ଘରୋଇ କମ୍ପାନୀର ଟଙ୍କା କଟକ ଆହ୍ଲାବାଦ ବ୍ୟାଙ୍କରୁ ଉଠାଇ ଜଗତପୁର ଆସୁଥିଲେ। ବ୍ୟାଙ୍କ ବାହାରେ ତାଙ୍କଠାରୁ ଦୁର୍ବୃତ୍ତ ଟଙ୍କା ଲୁଟିନେଇଥିବା ସଂପର୍କରେ ଥାନାରେ ଏତଲା ଦେଇଥିଲେ। ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇ ପଳାଇଥିବା ଅଭିଯୋଗ କରିଥିଲେ।  ହେଲେ ଏବେ ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଲୁଟ୍‌ ନାଟକ ରଚନାର ମୁଖ୍ୟ ନାୟକ ହେଉଛନ୍ତି ​ନିଜେ​‌‌ ନଳିନୀକାନ୍ତ।  ନିଜର କେତେଜଣ ସହଯୋଗୀଙ୍କ ସହିତ ମିଶି ସେ ଏହି ଟଙ୍କା ଲୁଟ୍ କରିଥିବା ଜଣାପଡିଛି।

Leave A Reply