www.samajalive.in
Monday, December 15, 2025
24.1 C
Bhubaneswar

ମାଓବାଦୀଙ୍କଠାରୁ ମିଳିଥିବା ଆଧାର ଓ ଏଟିଏମ୍‍ କାର୍ଡର ଏନଆଇଏ ତଦନ୍ତ

ଗିରିଡିହ(ଝାଡ଼ଖଣ୍ଡ) : ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ନକ୍ସଲ୍‍ ଦମନ ଅଭିଯାନ ସମୟରେ ମାଓବାଦୀମାନଙ୍କଠାରୁ ମିଳିଥିବା ଶହ ଶହ ସଂଖ୍ୟାରେ ଆଧାର କାର୍ଡ଼ ଓ ଅନ୍ୟ କାଗଜପତ୍ରଗୁଡ଼ିକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଯାଞ୍ଚ୍‍ କରିବ । ଏନଆଇଏ ଦ୍ୱାରା ଏହି ଘଟଣାର ତଦନ୍ତ ପାଇଁ ଝାଡ଼ଖଣ୍ଡ ସରକାର ସୁପାରିଶ କରିଛନ୍ତି । ରାଜ୍ୟ ପୁଲିସ୍‍ ଉପମହାନିର୍ଦ୍ଦେଶକ ଆର୍‍.କେ. ମଲ୍ଲିକ୍‍ କହିଛନ୍ତି, ନକ୍ସଲ୍‍ ଦମନ ସମୟରେ ମିଳିଥିବା ଏକ ୧୧୨୫ଟି ଆଧାର କାର୍ଡ଼, ୬୦ଟି ଏଟିଏମ୍‍ କାର୍ଡ଼ ଓ ୨୦୦ଟି ବ୍ୟାଙ୍କ୍‍ ଆକାଉଣ୍ଟ ସମ୍ପର୍କିତ କାଗଜପତ୍ର ଜବତ ହୋଇଥିଲା । ଗତ ମାସରେ ଏହି ନକ୍ସଲ୍‍ ଦମନ ଅଭିଯାନ ସମୟରେ ସୁନୀଲ ସୋରେନ ସମେତ ୧୫ ଜଣ ମାଓବାଦୀ ଗିରଫ ହୋଇଥିଲେ । ସୁନୀଲ ନାମରେ ସରକାରଙ୍କ ପ୪ରୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ସେହିପରି ସବ୍‍ ଜୋନାଲ କମାଣ୍ଡର ଶେଖର ଓରଫ ର୍ଚ୍ଚାଲି ଏବଂ ସୋହନ ମାଂଝୀ ଗିରଫ ହୋଇଥିଲେ। ରାଜ୍ୟ ପୁଲିସ୍‍ ଓ ସିଆରପିଏଫ୍‍ର ମିଳିତ ନକ୍ସଲ ଦମନ ଅଭିଯାନ ଫଳରେ ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ଆଶାତୀତ ଭାୋବ ହ୍ରାସ ପାଇଛି ଶ୍ରୀ ମଲ୍ଲିକ୍‍ କହିଛନ୍ତି ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories