BJD Bijuli 480×75 Mob

ଆର୍‍ବିଆଇ ପୂର୍ବତନ ଡେପୁଟୀ ଗଭର୍ଣ୍ଣରଙ୍କୁ ସିବିଆଇ ଜେରା

BJD Bijuli 480×75 Mob
0

ନୂଆଦିଲ୍ଲୀ  : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‍ବି)ରେ ସଂଗଠିତ ୧୩,୫୦୦ କୋଟି ଟଙ୍କାର ମହାଠକେଇ ଘଟଣାର ତଦନ୍ତ କରିବାକୁ ଯାଇ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି (ସିବିଆଇ) ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ୍‍.ଆର୍‍. ଖାନ୍‍ଙ୍କୁ ପଚରାଉଚରା କରିଛି। ଓଡ଼ିଶାର ନିମାପଡ଼ାରେ ଜନ୍ମିତ ଶ୍ରୀ ଖାନ୍‍ ୨୦୧୧ରୁ ୨୦୧୬ ଯାଏ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରେ ରହିଥିଲେ। ଏହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ବୈଧାନିକ ଅଡିଟ୍‍ କ୍ଷେତ୍ରରେ କରାଯାଇଥିବା ତ୍ରୁଟି ଯୋଗୁ ନିରବ ମୋଦି ଏବଂ ମେହୁଲ ଚୋକ୍‍ସି ପିଏନ୍‍ବିର ସ୍ୱିଫ୍ଟ ମେସେଜ୍‍ ବ୍ୟବସ୍ଥାରେ ଜାଲିଆତି କରି ଏଭଳି ବଡ ଧରଣର ଦୁର୍ନୀତି କରିବାରେ ସଫଳ ହୋଇଥିଲେ। ଏ ସମ୍ପର୍କରେ ସିବିଆଇ ପକ୍ଷରୁ ଶ୍ରୀ ଖାନ୍‍ଙ୍କୁ ପ୍ରଶ୍ନ କରାଯାଇଥିଲା।

୨୦୧୪ ମେ ୧୩ରେ ତତ୍‍କାଳୀନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍‍ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୨୦.୮୦ ସୁନା ଆମଦାନୀ ସ୍କିମ୍‍ ସମ୍ପର୍କରେ ମଧ୍ୟ ତାଙ୍କୁ ପଚରାଉଚରା କରାଯାଇଛି। ଏହି ପ୍ରସଙ୍ଗରେ ଗୁରୁବାର ସିବିଆଇ ରିଜର୍ଭ ବ୍ୟାଙ୍କର ୪ ଅଧିକାରୀଙ୍କୁ ପଚରାଉଚରା କରିଥିଲା। ଉପା ସରକାରଙ୍କ ଏହି ସ୍କିମ୍‍ ୧୩ ଟ୍ରେଡିଂ କମ୍ପାନୀଙ୍କୁ ୬ ମାସ ମଧ୍ୟରେ ୪୫୦୦ କୋଟି ଟଙ୍କାର ଅହେତୁକ ଲାଭ ଦେଇଛି। ତେବେ ଏ କ୍ଷେତ୍ରରେ ଆର୍‍ବିଆଇର ପଦକ୍ଷେପକୁ ଉଚିତ ଦର୍ଶାଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‍ କହିଛନ୍ତି ଯେ, ଯଦି ୨୦.୮୦ ସୁନା ଆମଦାନୀ ସ୍କିମ୍‍ରେ କିଛି ତ୍ରୁଟି ଥିବା ଅନୁଭବ କରାଯାଉଥିଲା ତାହାକୁ ନୂଆ ସରକାର ତୁରନ୍ତ ବନ୍ଦ କରିପାରିଥାନ୍ତେ।

Leave A Reply