BJD Bijuli 480×75 Mob

ଅଭିନେତା ପପୁ ପମ୍‍ପମ୍‍ଙ୍କ ନାମରେ ଏତଲା,ମାମଲା ରୁଜୁ

BJD Bijuli 480×75 Mob
0

କଟକ : ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ,ହାସ୍ୟ ଅଭିନେତା ଓ କଣ୍ଠଶିଳ୍ପୀ ପପୁ ପମ୍‍ପମ୍‍ଙ୍କ ନାମରେ ଜଣେ ମହିଳା ଆଇନଜୀବୀ ସଂଗୀନ ଅଭିଯୋଗ ଆଣିବା ସହିତ କଟକ ସଦର ଥାନାରେ ଏତଲା ଦେଇଛନ୍ତି। ହୋଟେଲରେ ଖାଉଥିବା ସମୟରେ ପପୁ ଓ ଚଳଚ୍ଚିତ୍ରରେ ସଂପୃକ୍ତ ଥିବା ତା’ର ୩/୪ଜଣ ବନ୍ଧୁ ତାଙ୍କ ପ୍ରତି ଅଶାଳୀନ ଉଦ୍ୟମ କରିବା ସହିତ ହତ୍ୟାଧମକ ଦେଇଥିବା ସଂପର୍କରେ ମହିଳାଜଣକ ଏତଲାରେ ଦର୍ଶାଇଛନ୍ତି। ପୁଲିସ ଏତଲାକୁ ଗ୍ରହଣ କରିବା ସହିତ ମାମଲା ରୁଜୁ କରିଛି। ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ହୋଟେଲର କର୍ମଚାରୀଙ୍କୁ ଘଟଣା ସଂପର୍କରେ ପଚରାଉଚୁରା କରାଯିବା ସହିତ ତଦନ୍ତକୁ ତ୍ୱରାନ୍ମିତ କରାଯାଇଛି ବୋଲି ଏସିପି ଦେବଦତ୍ତ କର ସୂଚନା ଦେଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଚଳଚ୍ଚିତ୍ରରେ ସୁଯୋଗ ଦେବା ପାଇଁ ଜଣେ ନାବାଳିକାଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ୨୦୧୬ ଜୁନ୍‍ ୨୫ରେ ଫ୍ରେଣ୍ଡସ ଫାଉଣ୍ଡେସନ୍‍ ଟ୍ରଷ୍ଟ ପକ୍ଷର କ୍ୟାଷ୍ଟି କାଉଚ ନେଇ ଅଭିଯୋଗ ଆସିବା ପରେ ଗିରଫ ଭୟରେ ପପୁ କିଛିଦିନ ଫେରାର ହୋଇଯାଇଥିଲେ। ପରେ ଭୁବନେଶ୍ୱର ଏକ ଥାନାରେ ପପୁ ଆତ୍ମ ସମର୍ପଣ କରିବା ପରେ ପୁଲିସ ତାଙ୍କୁ କୋର୍ଟଚାଲାଣ କରିବା ସହିତ ଝାରପଡ଼ା ଜେଲ୍‍କୁ ପଠାଇ ଦେଇଥିଲା। ପ୍ରାୟ ଅଢ଼େଇ ମାସ କାଳ ପପୁ ଜେଲ୍‍ରେ ରହିବା ପରେ ଜାମିନ୍‍ରେ ଛାଡ଼ ପାଇଥିଲେ। ଏପଟେ ତାଙ୍କ ନାମରେ ଏଭଳି ଅଭିଯୋଗ ଆଣିବା ପଛରେ ଟ୍ରଷ୍ଟର ସଂପାଦିକ ତଥା ଭୁବନେଶ୍ୱରରେ ରହୁଥିବା ଆଇନଜୀବୀ ବବିତା କରଙ୍କ ହାତ ରହିଥିବା ନେଇ ପପୁ ସନ୍ଦେହ କରିଥିଲେ। ପରେ ତାଙ୍କ ଉପରେ ରାଗ ସୁଝାଇବା ପପୁ ସୁଯୋଗ ଖୋଜୁଥିଲା। ରବିବାର ରାତି ପ୍ରାୟ ୧୧ଟା ସମୟରେ ଆଇନଜୀବୀ କର ଓ ଟ୍ରଷ୍ଟର ସଭାପତି ସତ୍ୟରଞ୍ଜନ ସାମଲ ତେଲେଙ୍ଗାପେଣ୍ଠସ୍ଥିତ ଦୟାଲ ହୋଟେଲରେ ଖାଉଥିବା ସମୟରେ ପପୁ ,ଜିତୁ ଓ ଅନ୍ୟ ତିନିଜଣ ସେଠାରେ ପହଞ୍ଚି ତାଙ୍କ ପ୍ରତି ଅଶାଳୀନ ଓ ଦୁର୍ବ୍ୟୃବହାର କରିବା ସହିତ ଅଭିଯୋଗ ତୁରନ୍ତ ପ୍ରତ୍ୟାହାର ନ କଲେ, ତାଙ୍କୁ ଓ ପରିବାରଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ହୋଟେଲ ବାହାରକୁ ଚାଲିଆସି ଆଇନଜୀବୀ କର ଥାନାକୁ ଜଣାଇବା ପରେ ପୁଲିସ ସେଠାରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ଖସି ପଳାଇଯାଇଥିଲେ। ଆଜି ଏ ନେଇ ସଦର ଥାନାରେ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରି ହୋଟେଲର କର୍ମଚାରୀଙ୍କୁ ପଚରାଉଚୁରା କରିଥିଲା।

Leave A Reply