nua o banner

ମିସ୍‍ ଓଡ଼ିଶା ସୁନ୍ଦରୀ ପ୍ରତିଯୋଗିତା

BSKY banner  750×100
0

ଭୁବନେଶ୍ୱର : ପ୍ରଥମ ସଂସ୍କରଣର ସଫଳତା ପରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଅନୁଷ୍ଠିତ ହେବାକୁ ଯାଉଛି ମିସ୍‍ ଓଡିଶା ସୁନ୍ଦରୀ ପ୍ରତିଯୋଗିତା। ରାଜ୍ୟର ତୃଣମୂଳସ୍ତରରୁ ପ୍ରତିଭାମାନଙ୍କୁ ଏକ ଉତ୍ତମ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟ ନେଇ ଡ୍ରିମ ମେକର୍ସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତା ନିମନ୍ତେ ପଞ୍ଜୀକରଣ ଚଳିତମାସ ୧୫ରୁ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗୀମାନେ ଉଭୟ ଅନ୍‍ଲାଇନ କିମ୍ବା ଅଫଲାଇନ୍‍ରେ ପଞ୍ଜୀକରଣ କରିପାରିବେ। ୧୫ରୁ ୨୨ବୟସ ବର୍ଗର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିବେ। ରାଜ୍ୟର ୧୦ ଜିଲାରେ ୩ ମାସ ଯାଏ ଏଥିପାଇଁ ପଞ୍ଜୀକରଣ ଚାଲିବ। ନୃତ୍ୟ, କଳା ଏବଂ ସାଧାରଣ ଜ୍ଞାନ ଭଳି ୩ଟି ରାଉଣ୍ଡକୁ ଭିତ୍ତି କରି ପ୍ରତିଯୋଗୀ ମନୋନୀତ କରାଯିବ। ପ୍ରତିଯୋଗିତାରେ ଦୁଇଟି ରାଉଣ୍ଡ ରହିବ, ପ୍ରଥମଟିରେ ସମସ୍ତ ପ୍ରତିଯୋଗୀଙ୍କୁ ନେଇ ଏକ ସିଟି ରାଉଣ୍ଡ ଅଡିସନ ଅନୁଷ୍ଠିତ ହେବ। ଏଥିରେ ନୃତ୍ୟ, ଅଭିନୟ ଏବଂ କୁଇଜ ଭଳି ତିନୋଟି ରାଉଣ୍ଡରେ ପ୍ରତିଯୋଗୀଙ୍କୁ ମନୋନୀତ କରାଯିବ। ଅଡିସନ୍‍ କରାଯାଇ ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରୁ ମିସ୍‍ ଓଡିଶା ସୁନ୍ଦରୀ ମନୋନୀତ କରାଯିବ। ଚଳିତବର୍ଷ ଡିସେମ୍ବର ମାସର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ ବୋଲି ଡ୍ରିମ ମେକର୍ସର ନିର୍ଦେଶକ ମୁକେଶ ରାମ କହିଛନ୍ତି। ଏହି ଅବସରରେ ମଡେଲମାନଙ୍କୁ ନେଇ ଏକ ରାମ୍ପ ଶୋ’ ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମପି ପ୍ରସନ୍ନ ପାଟ୍ଟଶାଣୀ, ଓଲିଉଡ ଅଭିନେତ୍ରୀ ନୀହାରିକା ଦାସ, ପିୟୁସ ପିପାସୁ ଦାସ, ଅଭିଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply