BJD Bijuli 480×75 Mob

ହଟିଲା ଜଗୁଆଳବିହୀନ ଲେଭଲ୍‌ କ୍ରସିଂ

BJD Bijuli 480×75 Mob
0

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଜଗୁଆଳିବିହୀନ ଲେଭେଲ୍‌ କ୍ରସିଂକୁ ଉଚ୍ଛେଦ କରାଯାଇଛି। ଧାର୍ଯ୍ୟ ସମୟ ପୂର୍ବରୁ ଏହି କାର୍ଯ୍ୟ ଶେଷ ହୋଇଛି। ଜଗୁଆଳି ବିହୀନ ଲେଭେଲ କ୍ରସିଂରେ ଦୁର୍ଘଟଣା ଜନିତ ଧନଜୀବନ କ୍ଷତିକୁ ହ୍ରାସ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଲେଭେଲ୍‌ କ୍ରସିଂ ଉଚ୍ଛେଦ କରିବା ପାଇଁ ରେଳବାଇ ନିଷ୍ପତ୍ତି ନେଇଥିଲା।

୨୦୨୦ ସୁଦ୍ଧା ମାନବବିହୀନ ଗେଟ୍‌ ଗୁଡିକୁ ବନ୍ଦ କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ଦୁଇବର୍ଷ ପୂର୍ବରୁ ଏହି କାମ ଶେଷ ହୋଇଛି। ରେଳବାଇ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ଏହି ଡିଭିଜନ୍‌ ଅଧୀନରେ ଏପ୍ରିଲ୍‌ ୨୦୧୭ ସୁଦ୍ଧା ୧୯ଟି ଜଗୁଆଳି ବିହୀନ ଗେଟ୍‌ ରହିଥିଲା। ଏପ୍ରିଲ୍‌ ୧ ୨୦୧୪ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ଏହି ଡିଭିଜନ୍‌ରେ ୨୯୭ଟି ମାନବ ବିହୀନ ଲେଭେଲ୍‌ କ୍ରସିଂକୁ ଉଚ୍ଛେଦ କରାଯାଇଛି। ସେଥିମଧ୍ୟରୁ ୪୩ଟି ମାନବ ବିହୀନ ଲେଭେଲ୍‌ କ୍ରସିଂକୁ ସମ୍ପୂର୍ଣ୍ଣ ବନ୍ଦ୍‌ କରାଯାଇ ଥିବା ବେଳେ ୩୮ଟି ରୋଡ୍‌ ଅଣ୍ଡର୍‌ ବି୍ରଜ୍‌ (ଆର୍‌ୟୁବି)/ଲିମିଟେଡ୍‌ ହାଇଟ୍‌ ସବ୍‌ୱେ (ଏଲ୍‌ଏଚ୍‌ଏସ୍‌)ର ବ୍ୟବସ୍ଥା କରାଯାଇଛି। ସେହିପରି ଟ୍ରାକ୍‌ରେ ୨୭ଟି ସ୍ଥାନରେ ଦିଗ ପରିବର୍ତ୍ତନ ଦ୍ୱାରା ଏବଂ ୧୮୯ ମାନବ ବିହୀନ ଲେଭେଲ୍‌ କ୍ରସିଂକୁ ଜଗୁଆଳି ଥିବା ଲେଭେଲ୍‌ କ୍ରସିଂରେ ପରିବର୍ତ୍ତନ କରାଯାଇଛି। ଅଗଷ୍ଟ ୨୦୧୪ରୁ ଲେଭେଲ୍‌ କ୍ରସିଂଗୁଡିକ ବନ୍ଦ୍‌ ହେବା ପର୍ଯ୍ୟନ୍ତ ଏହି ଡିଭିଜନ ଦ୍ୱାରା ସ୍ପର୍ଶକାତର ମାନବ ବିହୀନ ଲେଭେଲ୍‌ କ୍ରସିଂଗୁଡ଼ିକରେ ଆସୁଥିବା ଟ୍ରେନ୍‌ ସମ୍ପର୍କରେ ସତର୍କ କରାଇବା ପାଇଁ ଏବଂ ଦୁର୍ଘଟଣା ନିରାକରଣ ପାଇଁ ୭୪ଟି ବିପଦସଙ୍କୁଳ ଲେଭେଲ୍‌ କ୍ରସିଂରେ ଗେଟ୍‌ ମିତ୍ର/ଗେଟ୍‌ କାଉନ୍‌ସେଲର୍‌ମାନଙ୍କୁ ରେଳବାଇ ନିୟୋଜିତ କରିଛି।

Leave A Reply