mission shakti banner

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

nua o banner
0

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଯୁବ ଓ ଛାତ୍ର ବିଜେଡି ସଦସ୍ୟମାନେ ଆନ୍ଦୋଳନ କରିଥିଲେ। ସେମାନେ ରାଜମହଲ ଛକରୁ ବିଧାୟକ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୈଳ ଦର ବୃଦ୍ଧି ନେଇ ସେମାନେ ଏନ୍‍ଡିଏ ସରକାରଙ୍କୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‍ ଦର ହ୍ରାସ ନ କରିବା ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳର ପ୍ରତିବାଦ ଜାରି ରହିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ଶ୍ରୀ ଦାସବର୍ମା କେନ୍ଦ୍ର ତୈଳମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ କହିଥିଲେ ଯେ ତେଲ ଦର ଯେପରି ବଢ଼ୁଛି, ସେଥିରେ ଆଗକୁ ଦରଦାମ ବଢ଼ିବା ନିଶ୍ଚିତ ଏବଂ ଏଥିପାଇଁ କେନ୍ଦ୍ର ସରକାର ଓ ତୈଳମନ୍ତ୍ରୀ ଦାୟୀ ରହିବେ। ଦେଶରେ ବିଗତ ୪ବର୍ଷ ମଧ୍ୟରେ ପେଟ୍ରୋଲ ଦର ବୃଦ୍ଧିରେ ରେକର୍ଡ ଟପିଛି। ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ପାଇ ୭୩ ଟଙ୍କା ୭୩ ପଇସା ଓ ଡିଜେଲ୍‍ ଦର ୬୪ ଟଙ୍କା ୨୨ ପଇସାରେ ପହଞ୍ôଚଛି। ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ୍‍ ଦର ସେହିପରି ଆଗରେ ରହିଛି। ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୨ ଟଙ୍କା ୫୭ ପଇସା ଥିଲାବେଳେ ଡିଜେଲ୍‍ ଦର ୬୯ ଟଙ୍କା ୨୮ ପଇସା ହୋଇଛି। ତୈଳମନ୍ତ୍ରୀ ଏଥିନେଇ କୌଣସି ବିବୃତି ଦେଉନାହାନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‍ ପିଛା କମି ୪୦ ଡଲାରରେ ପହଞ୍ଚିଥିବାବେଳେ ଭାରତରେ ମୂଲ୍ୟ କମାଇବା ପରିବର୍ତ୍ତେ ଅଧିକ ରାଜସ୍ୱ ପାଇବା ପାଇଁ କେନ୍ଦ୍ର ସରକାର ବାରମ୍ବାର ଉତ୍ପାଦ ଶୁଳ୍କ ବଢ଼ାଇ ଚାଲିଛନ୍ତି। ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ବିକ୍ଷୋଭ ଶୋଭାଯାତ୍ରାରେ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଭୁବନେଶ୍ୱର ଜିଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ରାଜ୍ୟ ଉପ ସଭାପତି ଦୁର୍ଗା ସାମନ୍ତରାୟ, ପ୍ରକାଶ ତ୍ରିପାଠୀ, ସନ୍ତୋଷ ବେଜ, କୁନବିହାରୀ ଦାସ, ଅମରେଶ ଜେନା, ରଣଜିତ ମହାପାତ୍ର, ସୁନୀଲ ପ୍ରଧାନ, ଭୁବନେଶ୍ୱର ଜିଲା ସଭାପତି ଅମରଜିତ୍‍ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ରାଜ୍ୟ ସାଧାରଣ ସଂପାଦକ ଏଲିନା ଦାସ, ନରେଶ ପାତ୍ର, ଧୃତି ରଞ୍ଜନ ମାର୍ଥା, ଜ୍ୟୋତି ରଞ୍ଜନ ଜେନା, ମଳୟ ରଞ୍ଜନ ପତି, ସ୍ୱରାଜ ଲକ୍ଷ୍ମୀ ସାମଲ, ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ମହାସଚିବ ହରିଶଙ୍କର ରାଉତ, ସାଧାରଣ ସଂପାଦକ ସୁଜିତ ପାଲଟାସିଂହ, ପ୍ରଦୋଷ ପରିଡ଼ା, ମିକୁ ପରିଡ଼ା, ଭଗବାନ ସାହୁ, ଦୀପକ ଜେନା, ବିଶ୍ୱରଞ୍ଜନ ସାହୁ, ଭୁବନେଶ୍ୱର ଜୋନ୍‍ ସଭାପତି ଅଜିତ ବେହେରା, ସାଂଗଠନିକ ସଂପାଦକ ସ୍ନେହାଶିଷ ଜେନା, ଏସ.କେ. ଇମ୍ରାନ୍‍, ପ୍ରମୋଦ ପାତ୍ର ଓ ଯୋଗେଶ ଜେନା ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave A Reply