BJD Bijuli 480×75 Mob

୪୩ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ

BJD Bijuli 480×75 Mob
0

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ୪୩ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବେସାମରିକ ଅଭିଷେକ ଉତ୍ସବରେ ୫ଜଣଙ୍କୁ ପଦ୍ମଭୂଷଣ ଓ ୩୮ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା। ଘୋଷଣା ଅନୁଯାୟୀ ୩ଜଣ ପଦ୍ମ ବିଭୂଷଣ, ୯ଜଣ ପଦ୍ମ ଭୂଷଣ ଓ ୭୩ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ପୂର୍ବରୁ ମାର୍ଚ୍ଚ ୨୦ରେ ଅନ୍ୟ ମନୋନୀତ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା।

ଆଜିର ପୁରସ୍କୃତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଓଡ଼ିଶାର ଭବାନୀ ଚରଣ ପଟ୍ଟନାୟକ,ଶିଶିର ପୁରୁଷୋତ୍ତମ ମିଶ୍ର ଓ ଚନ୍ଦ୍ରଶେଖର ରଥ ରହିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କୁ (ଲୋକ ସେବା), ମୁମ୍ବଇରେ ରହୁଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ପୁରୁଷୋତ୍ତମ ମିଶ୍ର(କଳା/ସିନେମା) ଓ ଚନ୍ଦ୍ରଶେଖର ରଥଙ୍କୁ (ଶିକ୍ଷା ଓ ସାହିତ୍ୟ) ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ପଦ୍ମ ପୁରସ୍କାର ଘୋଷଣା ପରେ ଶ୍ରୀ ରଥଙ୍କର ପରଲୋକ ହୋଇଥିବାରୁ ମରଣୋତ୍ତର ଭାବେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱର୍ଗତ ରଥଙ୍କ ପତ୍ନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

 

Leave A Reply