ଆଜିଠାରୁ ଇ-ୱେ ବିଲ୍ ବ୍ୟବସ୍ଥା
ନୂଆଦିଲ୍ଲୀ : ଆନ୍ତଃ ରାଜ୍ୟ ମଧ୍ୟରେ ଜିନିଷପତ୍ର ନେବା ଆଣିବା କ୍ଷେତ୍ରରେ ଏପ୍ରିଲ୧, ୨୦୧୮ (ରବିବାର) ଠାରୁ ଇ-ୱେ ବିଲ୍ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଶନିବାର ସରକାର ଘୋଷଣା କରିଛନ୍ତି।
ଜିନିଷପତ୍ର ନେବା ଆଣିବା କ୍ଷେତ୍ରରେ ଏକାଧିକ ପରିବହନକାରୀଙ୍କୁ ନିୟୋଜିତ କରାଗଲେ ମଧ୍ୟ ଗୋଟିଏ ଇ-ୱେ ବିଲ୍ ଲାଗୁ କରାଯିବ। ଦ୍ରବ୍ୟ ଓ ସେବା କର (ଜିଏସଟି) ଅଧୀନରେ ଏହି ଇ-ୱେ ବିଲ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ସଡକ, ରେଳ ଓ ଆକାଶ ପଥରେ ୫୦ହଜାର ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ପରିବହନ କ୍ଷେତ୍ରରେ ଏହି ଇ-ୱେ ବିଲ୍ ବ୍ୟବସ୍ଥା ଲାଗୁ ହେବ।