nua o banner

ରୁଷ୍‌ଗାମୀ ବିମାନର ଜରୁରୀ ଅବତରଣ

BSKY banner  750×100
0

ନୂଆଦିଲ୍ଲୀ : ଭିଏତ୍‌ନାମ୍‌ର ଫୁ-କୋଠାରୁ ରୁଷିଆର ଚତୁର୍ଥ ବୃହତ୍ତମ ସହର ୟେକାତେରିନ୍‌ବର୍ଗକୁ ଯାଉଥିବା ଆରଏଲ-୭୭୨ ଯାତ୍ରିବାହୀ ବିମାନ ସ୍ଥାନୀୟ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ୩୪୫ ଜଣ ଯାତ୍ରୀ ଥିଲେ ଓ ସମସ୍ତେ ସୁରକ୍ଷିତ ଥିବା ବିମାନ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି। କୌଣସି ଯାନ୍ତ୍ରିକ ସମସ୍ୟା ଯୋଗୁଁ ସନ୍ଧ୍ୟା ୬ଟା ୧୦ମିନିଟରେ ବିମାନଟି ହଠାତ୍‌ ଏଠାରେ ଅବତରଣ କରିଥିଲା। ଆଠ ଅଗ୍ନି ନିରାପତ୍ତା ରକ୍ଷାକାରୀ ଦଳ ଏଥିରେ ସହଯୋଗ କରିଥିଲେ।

Leave A Reply