ମ୍ୟାଜିକ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ରୂପଶ୍ରୀ
ଆଠଗଡ : ଆଠଗଡ ଝିଅ ରୂପଶ୍ରୀ ମହାନ୍ତି ସଂପ୍ରତି ନିଜର ବହୁମୁଖୀ ପ୍ରତିଭା ପାଇଁ ମ୍ୟାଜିକ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ଆଠଗଡ ପାଇଁ ଗୌରବ ଆଣିଛନ୍ତି। ପର୍ବତ ଆରୋହଣ, ସାଇକେଲ ଚାଳନା, ଦୁଃସାହସିକ କ୍ରୀଡା, ସାମାଜିକ କାର୍ଯ୍ୟକ୍ରମ, ଶିକ୍ଷା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଆନ୍ତର୍ଜାତୀୟ ମ୍ୟାଜିସିଆନ ହରିଆଣାର ସିପି ଯାଦବଙ୍କ ଦ୍ୱାରା ପ୍ରତିଷ୍ଠିତ ମ୍ୟାଜିକ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ୨୦୧୫ମସିହାରେ ରୂପଶ୍ରୀ ହିମାଳୟ ପର୍ବତ ଆରୋହଣ କରିବା ଲାଗି ଉଦ୍ୟମ କରି କେତେକାଂଶରେ ସଫଳ ହୋଇଥିଲେ। ଏଥି ସହିତ ବିଭିନ୍ନ ସମୟରେ ମଟରସାଇକେଲ ରାଲିରେ ଯୋଗଦେଇ ସମଗ୍ର ଓଡିଶା ଭ୍ରମଣ, ରାଜ୍ୟ ବାହାରକୁ ଝାଡଖଣ୍ଡ ଆଦି ଅଞ୍ଚଳ ପରିକ୍ରମା କରିଥିଲେ । ନୌକାଚାଳନା, ଦୁଃସାହିସ କ୍ରୀଡାରେ ନିୟମିତ ଅଂଶଗ୍ରହଣ କରି ପୂର୍ବରୁ ବହୁ ପୁରସ୍କାର ହାସଲ କରିଛନ୍ତି। ଏଥିସହିତ ନିକଟରେ ସେ ଉତ୍ତରପ୍ରଦେଶର ୱର୍ଦି ୱେଲନେସ୍ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ରାଷ୍ଟ୍ରୀୟ ପ୍ରତିଷ୍ଠା ପୁରସ୍କାର ଲାଭ କରିଥିବା ଜଣାପଡିଛି । ସ୍ନାତକୋତ୍ତର, ଏମବିଏ ଓ ସାମ୍ବାଦିକତା ଡିଗ୍ରୀ ହାସଲ କରିଥିବା ରୂପଶ୍ରୀଙ୍କର ସମାଜସେବା, ଦୁଃସାହସିକ କ୍ରୀଡା ଓ ଅଭିଯାନ ଏବଂ ବିଭିନ୍ନ କ୍ରୀଡା ପ୍ରତି ଅହେତୁକ ରୁଚି ରହିଥିବା ଦେଖିବାକୁ ମିଳୁଛି। ତାଙ୍କୁ ଏହିସବୁ ପୁରସ୍କାର ମିଳିବା ପରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟୁଥିବା ଜଣାପଡିଛି ।
Comments are closed.