www.samajalive.in
Monday, December 15, 2025
24.1 C
Bhubaneswar

ସାମ୍ବାଦିକଙ୍କ ଅକାଳ ବିୟୋଗରେ ପ୍ରେସକ୍ଲବ ଶୋକ

ଚୌଦ୍ୱାର: କଳାହାଣ୍ଡି ଜିଲା ମ. ରାମପୁରରେ ଲ୍ୟାଣ୍ଡ ମାଇନ୍ ବିଷ୍ଫୋରଣରେ ଯୁବ ସାମ୍ବାଦିକ ରୋହିତ୍ ବିଶ୍ୱାଳଙ୍କ ଅକାଳ ମୃତ୍ୟୁରେ ଚୌଦ୍ୱାର ପ୍ରେସ୍ କ୍ଲବ୍ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। କ୍ଲବ୍ ସଭାପତି ଦାମୋଦର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରେସ୍କ୍ଲବ୍ରେ ଆୟୋଜିତ ଶୋକ ସଭାରେ ସମ୍ପାଦକ ରମେଶ ଚନ୍ଦ୍ର ସାମଲ, ଗଙ୍ଗାଧର ସାହୁ, ଉପଦେଷ୍ଟା ସୌରେନ୍ଦ୍ର ପଣ୍ଡା, ଆଶୁତୋଷ ଦାସ, ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ, ଅଜିତ୍ କୁମାର ସ୍ୱାଇଁ, ଅଶୋକ କୁମାର ଦାସ, ଲକ୍ଷ୍ମୀଧର ଦାସ ପ୍ରମୁଖ ସ୍ୱର୍ଗତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ୨ମିନିଟ ନିରବ ପ୍ରାର୍ଥନା କରିଥିଲେ। ସ୍ୱର୍ଗତ ବିଶ୍ୱାଳଙ୍କ ପରିବାର ବର୍ଗଙ୍କୁ କ୍ଲବ୍ ତରଫରୁ ସମବେଦନା ଜଣାଯାଇଥିଲା।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories