ଟ୍ରଲର ପଛରେ ପିଟି ହେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବଜାର ସଂଲଗ୍ନ ନିହ୍ନୁଆ ଛକ ନିକଟରେ ତ୍ରୁଟି ପୂର୍ଣ୍ଣ ହମ୍ପସ ନିର୍ମାଣ କାରଣରୁ ଏଠାରେ ଦୁର୍ଘଟଣା କମିବାର ନା ଧରୁନାହୁଁ। ଗତକାଲି ରାତି ୨ଟା ସମୟରେ ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆ ଛକ ନିକଟରେ ଥିବା ହମ୍ପସରେ ଯଶିପୁର ଆଡ଼କୁ ଯାଉଥିବା ଏକ ଲୁହାପଥର ଗୁଣ୍ଡ ବୋଝେଇ ଟ୍ରଲର ହଠାତ୍ ବ୍ରେକ ମାରିବାରୁ ପଛେ ପଛେ ଆସୁଥିବା ଏକ ତୁଳା ବୋଝେଇ ଦଶ ଚକିଆ ଟ୍ରକ ଟ୍ରଲର ପଛ ଆଡେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ କରିଛି।
Comments are closed.