ଚୌଦ୍ୱାର: ଆଗ୍ରାହାଟସ୍ଥିତ ସରସ୍ୱତୀ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ କବିତା ଆସର ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି। ସଂସଦ ସଭାନେତ୍ରୀ ସ୍ୱର୍ଣ୍ଣଲତା ଷଢ଼ଙ୍ଗୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ରବୀନ୍ଦ୍ରନାଥ ନାୟକ, କୈଳାସ ଚନ୍ଦ୍ର ବରାଳ, ଭାଗବତ ରାଉତ, ପ୍ରଫୁଲ୍ଲ କୁମାର ସାହୁ, କବି ବୈଦ୍ୟନାଥ ଖିଲାର, ଶ୍ରୀନିବାସ ବେହେରା, ଚିତ୍ତରଞ୍ଜନ ପଣ୍ଡା, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଭାଷା ସାହିତ୍ୟ ବିକାଶରେ କବିତାର ଉପଯୋଗିତା ଓ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ଶ୍ରୀନିବାସ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୩୦ରୁ ଉର୍ଦ୍ଧ କବି ସ୍ୱରଚିତ କବିତାପାଠ କରିଥିଲେ ।ସଂସଦ ସମ୍ପାଦକ ବିଜୟ ପ୍ରତାପ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଉପ ସଭାପତି ରମାନାଥ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।



