ପାଟଣା: କେନ୍ଦୁଝର ଜିଲ୍ଲା ୨୩ ନଂ ଜୋନ ଅଞ୍ଚଳ ପାଟଣା ବ୍ଲକର ଚିନାମାଳିପଶି ପଞ୍ଚାୟତରର ରୁଢ଼ିଆପଡା, ଚିନାମାଳିପଶି ଓ ନୂଆପଡ଼ା ଆଦି ଗ୍ରାମରେ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀନି ରୁନୁ ମହାନ୍ତ ଜୋରଦାର ପ୍ରଚାର କାର୍ଯ୍ୟକ୍ରମ ଅନ୍ତର୍ଗତ ଘରକୁ ଘର ଅଭିଯାନ ଚଳାଇଛନ୍ତି। ରୁନୁଙ୍କ ସହ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ଚିନାମାଳିପଶି ପଞ୍ଚାୟତରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ସମିତି ସଭ୍ୟା ଚାନ୍ଦମଣୀ ପାତ୍ର, ଚିନାମାଳିପଶି ପଞ୍ଚାୟତର ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ପ୍ରାର୍ଥୀନୀ କନକ ଲତା ନାୟକ ପ୍ରମୁଖ ନିଜ ନିଜ ଗ୍ରାମରେ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରୁନୁ ମହାନ୍ତଙ୍କ ସହ ଘରକୁ ଘର ଯାଇ ଲିଫଲେଟ ବଣ୍ଟନ କରୁଥିବା ବେଳେ ସାହି ସାହିରେ ତାଙ୍କୁ ବିପୁଳ ସଂଖ୍ୟାରେ ମହିଳା ମାନେ ସ୍ବାଗତ ବନ୍ଦାପନା କରୁଥିବା ଦେଖାଯାଇଛି।
Popular Categories



