www.samajalive.in
Wednesday, December 10, 2025
23.1 C
Bhubaneswar

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବିପର୍ଯ୍ୟୟ ତାଙ୍କ ପରିବାରରେ ଅଶାନ୍ତ ଝଡ଼ ସୃଷ୍ଟି କରିଛି। ଲାଲୁଙ୍କୁ ନିଜର ଗୋଟିଏ କିଡ୍‌ନୀ ଦେଇ ଅତୀତରେ ରାଜନୀତିରେ ଚର୍ଚ୍ଚାକୁ ଆସିଥିବା ତାଙ୍କ ଦ୍ବିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ଦଳର ଏଭଳି ଶୋଚନୀୟ ପ୍ରଦର୍ଶନ ପାଇଁ ସିଧାସଳଖ ଭାଇ ତେଜସ୍ବୀଙ୍କୁ ଦାୟୀ କରିଛନ୍ତି। ଏପରିକି ପରିବାର ସହ ସମ୍ପର୍କ ଛିନ୍ନ କରିସାରିଛନ୍ତି। ରୋହିଣୀ ଏଭଳି ଚରମ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ଶନିବାର ଅପରାହ୍ଣରେ ସାନ ଭାଇ ତେଜସ୍ବୀଙ୍କ ସହ ପ୍ରବଳ ଯୁକ୍ତିତର୍କ ହେବା ଏବଂ ତେଜସ୍ବୀ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଚପଲ ଫିଙ୍ଗିଥିବା ଭଳି ଘଟଣା ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ, ଲାଲୁଙ୍କ ଅନ୍ୟ ତିନି ଝିଅ ନିର୍ବାଚନ ବିପର୍ଯ୍ୟୟ ଓ ପାରିବାରିକ ଅଶାନ୍ତି ପରେ ଘର ଛାଡିଥିବା ଜଣାପଡିଛମିଳିଥିବା ସୂଚନାନୁଯାୟୀ, ଦଳର ପ୍ରଦର୍ଶନ ପାଇଁ ତେଜସ୍ବୀ କୁଆଡେ ରୋହିଣୀଙ୍କୁ ପ୍ରଥମେ ଦାୟୀ କରିଥିଲେ। ‘ତୁମ ଯୋଗୁଁ ଆମେ ନିର୍ବାଚନ ହାରିଲୁ, ଆମ ଉପରେ ତୁମର ଅଭିଶାପ ପଡିଛି’ ବୋଲି ତେଜସ୍ବୀ କହିଥିଲେ। ଏହାପରେ ତେଜସ୍ବୀଙ୍କ ବଡ଼ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ଫୋପାଡିଥିଲେ। ସୂଚନାଯୋଗ୍ୟ ଏକଦା ରାଜନୀତିରେ ସକ୍ରିୟ ଥିବା ରୋହିଣୀ ଅଭିଯୋଗ କରିଛନ୍ତି ଯେ ତେଜସ୍ବୀଙ୍କ ଅତି ଘନିଷ୍ଠ କୁହାଯାଉଥିବା ସଞ୍ଜୟ ଯାଦବ ଓ ରମିଜ୍‌ ନିମତ ଖାନ ଦଳର ପରାଜୟ ପାଇଁ ଶହେ ପ୍ରତିଶତ ଦାୟୀ। ପରାଜୟ ପରେ ଏ ଦୁଇଜଣ ଦୋଷ କାହିଁକି ମୁଣ୍ଡାଉ ନାହାନ୍ତିି ବୋଲି ରୋହିଣୀ ପ୍ରଶ୍ନ କରିବାରୁ ତେଜସ୍ବୀ ଏଥିରେ ଉତ୍‌କ୍ଷିପ୍ତ ହୋଇପଡିଥିଲେ। ରାଜନୀତିରେ ଚାଣକ୍ୟ ସାଜିଥିବା ଲୋକ ଉତ୍ତରଦାୟୀ ରହିବା ଉଚିତ ବୋଲି ରୋହିଣୀ କହିଥିଲେ। ତେଜସ୍ବୀଙ୍କ ଦୁଇ ରାଜନୈତିକ ପରାମର୍ଶଦାତାଙ୍କୁ ଦୋଷ ଦେବା ରୋହିଣୀଙ୍କ ପାଇଁ ମହଙ୍ଗା ପଡିଛି। ଏହି କାରଣରୁ ତାଙ୍କୁ ଘରୁ ତଡି ଦିଆଯାଇଛି ବୋଲି ରୋହିଣୀ ଅଭିଯୋଗ କରିଛନ୍ତି।

ଶନିବାର ଘଟଣାକୁ ନେଇ ରୋହିଣୀ ତାଙ୍କର ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ‘ଆଜି ଜଣେ ଝିଅ, ଭଉଣୀ, ବିବାହିତା ମହିଳା ଏବଂ ଜଣେ ମାଆଙ୍କୁ ଅପମାନିତ ହେବାକୁ ପଡିଛି’। ତେଜସ୍ବୀ ତାଙ୍କ ଉପରକୁ ଚପଲ ଫୋପାଡିବା ଘଟଣା ରୋହିଣୀଙ୍କ ସ୍ବାଭିମାନରେ ଆଞ୍ଚ ଆଣିଥିବା ସେ କହିଛନ୍ତି। ବାପମାଆ ଓ ଭଉଣୀମାନେ କାନ୍ଦୁଥିବାବେଳେ ଘର ଛାଡିବା ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି ରୋହିଣୀ କହିଛନ୍ତି। ତେଜସ୍ବୀ ଓ ତାଙ୍କ ସହଯୋଗୀମାନେ ମୋତେ ବାପଘର ସହ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି। ଏତେ ନିର୍ଯାତନା ସତ୍ତ୍ବେ ସତ କହିବାକୁ ସେ ପଶ୍ଚାତପଦ ହେବେ ନାହିଁ ବୋଲି ରୋହିଣୀ ମତବ୍ୟକ୍ତ କରିଛନ୍ତି।

- Advertisement -

ରୋହିଣୀଙ୍କ ବ୍ୟତୀତ ଲାଲୁଙ୍କ ଅନ୍ୟ ତିନି କନ୍ୟା ରାଜଲକ୍ଷ୍ମୀ, ରାଗିଣୀ ଓ ଛନ୍ଧା ଯାଦବ ମଧ୍ୟ ନିଜ ପିଲାମାନଙ୍କୁ ନେଇ ବାପଘର ଛାଡିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଲାଲୁଙ୍କର ମୋଟ ୯ ସନ୍ତାନଙ୍କ ମଧ୍ୟରୁ ତେଜପ୍ରତାପ ଓ ତେଜସ୍ବୀ ପୁଅ ଥିବାବେଳେ ଅନ୍ୟ ୭ଜଣ କନ୍ୟା ରହିଛନ୍ତି। ଚଳିତ ନିର୍ବାଚନରେ ଆରଜେଡି ଏଥର କ୍ଷମତାକୁ ଫେରିବ ବୋଲି ଲାଲୁ ଓ ତେଜସ୍ବୀ ଆଶାବାଦୀ ଥିବାବେଳେ ଦଳକୁ ମାତ୍ର ୨୫ଟି ଆସନ ମିଳିବା ପରେ ପୂରା ପରିବାର ହତାଶ ହୋଇପଡିଛି। ତେଜସ୍ବୀଙ୍କ ମହାମେଣ୍ଟକୁ ୩୫ ଆସନରେ ସନ୍ତୁ​‌ଷ୍ଟ ହେବାକୁ ପଡିଥିବାରୁ କ୍ଷମତା ହାସଲ ଆଶା ମଉଳି ଯିବାରୁ ଲାଲୁ ପରିବାର ସଦସ୍ୟଙ୍କ ମଧ୍ୟରେ ବିଦ୍ରୋହର ବହ୍ନି ସୃଷ୍ଟି ହୋଇଛି। ପୂର୍ବରୁ ବଡ଼ଭାଇ ତେଜପ୍ରତାପ ଦଳ ଓ ଘର ଛାଡି ଅନ୍ୟତ୍ର ଅବସ୍ଥାନ ସହ ଏଥର ନିର୍ବାଚନ ଲଢି ପରାଜିତ ହୋଇଛନ୍ତି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories