ରାବଗୁଡ଼ା ଗାଁକୁ ସଂଯୋଗ ହୋଇପାରୁନାହିଁ ପ୍ରଧାମନ୍ତ୍ରୀ ସଡ଼କ, ପ୍ରାଣ ହାରିଲେ ବୃଦ୍ଧା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଳକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତ ରାବଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାହାକି ବ୍ଲକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜକୁ ୩ ବର୍ଷ ହେବ ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲୁଥିବା ରାସ୍ତା କାମ ଅଧାରେ ପଡି ରହିଥିବା ବେଳେ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାରେ ପଡୁଥିବା ଦେଖିବାକୁ ମିଳୁଛି। ଗତ କାଲି ସନ୍ଧ୍ୟା ସମୟରେ କର୍ଶିକା ଲିକେ (୬୦)ଙ୍କ ଦେହ ଅସୁସ୍ଥ ହୋଇଥିବାରୁ ତାଙ୍କ ସଂପର୍କୀୟମାନେ ଚାଦର ତମ୍ବୁ କରି ନେବା ସମୟରେ ଅଧା ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଅଭିଯୋଗ ଯେ, ମୃତ୍ୟୁର ମୁଖ୍ୟ କାରଣ ହେଉଛି ରାସ୍ତା ସମସ୍ୟା ଯାହା ଦ୍ୱାରା ବାରମ୍ବାର ଏଭଳି ଘଟଣା ଘଟୁଛି । ଆମ୍ବୁଲାନ୍ସ, ଅଟୋ କିମ୍ବା ବାଇକ୍ ମଧ୍ୟ ଗାଁକୁ ପହଞ୍ଚି ପାରୁନାହିଁ। ବିଭିନ୍ନ ସମୟରେ ପ୍ରସୂତି ମହିଳା, ରୋଗୀ, ସ୍କୁଲ-କଲେଜ୍ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବର୍ଷା ଦିନ ଆସିଲେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡୁଛି।

prayash

ଉକ୍ତ ଅଭିଯାଗ ନେଇ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ଜଣାଇଥିଲେ ସୁଦ୍ଧା କେହି ହେଲେ କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ଗାଁକୁ ଗମନା ଗମନ ସୁବିଧା ପାଇଁ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଲ୍ୟାଣସିଂହପୁର ରାବଗୁଡା ଗାଁରେ କାର୍ୟ୍ୟକାରୀ ହୋଇପାରୁନି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଗାଁକୁ ରାସ୍ତା ଯଥାଶୀଘ୍ର ନ କଲେ ଭୋଟ ବର୍ଜନ କରିବୁ ବୋଲି ରାବଗୁଡା ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ଉଦ୍ୟମରେ ଅସ୍ଥାୟୀ ପାଦ ଚଲା କାଠ ପୋଲ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି।

kalyan agarbati

Comments are closed.