www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍ତର୍ଜାତୀୟ କ୍ରିକେଟରୁ ହାସିମ ଆମ୍ଲାଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ : ସାଉଥ ଆଫ୍ରିକା କ୍ରିକେଟ ଦଳର ୩୬ ବର୍ଷିୟ ବ୍ୟାଟ୍ସମ୍ୟାନ ହାସିମ ଆମ୍ଲା ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ହାସିମ ଆମ୍ଲା ୧୫ ବର୍ଷ କାଳ  ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି । ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୩୪୯ଟି ମ୍ୟାଚ୍ ଖେଳି ୧୮୬୭୨ ରନ୍ କରିଛନ୍ତି । ଯେଉଁଥିରେ ତାଙ୍କର ୫୫ଟି ଶତକ  ଓ ୮୮ଟି ଅର୍ଦ୍ଧଶତକ ସାମିଲ ରହିଛି । ଆମ୍ଲା ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରେ ୧୨୪ଟି ଟେଷ୍ଟ ମ୍ୟାଚ୍ ଖେଳି ୪୬.୬୪ ଆଭରେଜରେ ୯,୨୮୨ ରନ୍ କରିଛନ୍ତି ଯେଉଁଥିରେ ତାଙ୍କର ୨୮ଟି ଶତକ ଓ୪ଟି ଦ୍ୱିଶତକ ସାମିଲ ରହିଛି । ସେହିଭଳି  ୧୮୧ଟି ଏକଦିବସୀୟ ମ୍ୟାଚ ଖେଳି ୪୯.୪୬ ଆଭରେଜ ଏବଂ ୨୭ଟି ଶତକ ବଳରେ ୮,୧୧୩ ରନ କରିଛନ୍ତି। ଏବଂ  ୪୪ଟି ଟ୍ୱେଣ୍ଟି-୨୦ମ୍ୟାଚରେ ୧,୨୭୭ ରନ କରିଛନ୍ତି ।  ସନ୍ନ୍ୟାସ ପରେ ସେ ଘରୋଇ କ୍ରିକେଟ ଏବଂ ମାଞ୍ଜି ସୁପର ଲିଗ୍ ଖେଳିବେ ନେଇ ଟୁଇଟରରେ ଜଣାଇଛନ୍ତି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories