ଅପରିବର୍ତ୍ତିତ ରହିଲା ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ ପେମେଣ୍ଟ କଲେ ମିଳିବ ୩ ପ୍ରତିଶତ ରିହାତି

ଭୁବନେଶ୍ବର: ବିଦ୍ୟୁତ ଦର ବଢ଼ିବ ନାହିଁ। ରିଟେଲ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢ଼ିବ ନାହିଁ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ( ଓଇଆରସି)  ସଚିବ ସୂଚନା ଦେଇଛନ୍ତି। ଆଜି ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଇଆରସି ସଚିବ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢ଼ିବ ନାହିଁ। ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।

prayash

ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ୩ଟଙ୍କା ରହିଲା। ୫୦ ୟୁନିଟ ପର୍ୟ୍ୟନ୍ତ ବ୍ୟବହାର ପାଇଁ ୟୁନିଟ ପିଛା ୩ ଟଙ୍କା ଲେଖାଏଁ ବିଦ୍ୟୁତ ଶୁଳ୍କ ଆଦାୟ କରାଯିବ। ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଶୁଳ୍କ ଆଦାୟ ହେବ।

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା କରି ସଚିବ କହିଛନ୍ତି ଯେ ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ। କୃଷି କ୍ଷେତ୍ର ପାଇଁ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ଟଙ୍କା ରିହାତି ମିଳିବ। ବିଦ୍ୟୁତ ଯାନକୁ ପ୍ରୋତ୍ସାହନ ଦେବା ପାଇଁ ୫ଟଙ୍କା ୫୦ ପଇସାର ଏକ ଟାରିଫ ଧାର୍ଯ୍ୟ କରାଯାଇଛି। ଏହାସହ ଶିଳ୍ପ କ୍ଷେତ୍ରରେ ୬୫ରୁ ୭୫% ବିଦ୍ୟୁତ ବ୍ୟବହାର କଲେ ୧୦% ରିହାତି। ୭୫ରୁ ୮୫% ଭିତରେ ବିଦ୍ୟୁତ ବ୍ୟବହାର କଲେ ୧୫% ରିହାତି। ୮୫%ରୁ ଅଧିକ ବିଦ୍ୟୁତ ବ୍ୟବହାର କଲେ ୨୦ ପ୍ରତିଶତ ରିହାତି ମିଳିବ ବୋଲି ସୂଚନା ଦେଇଛନ୍ତି।

kalyan agarbati

Comments are closed.