ସମାଜ ଡିଜିଟାଲ ଡେସ୍କ: ବିମାନରେ ଥିବା ସମସ୍ତ ଯାତ୍ରୀ ଖୁସିରେ ଉଡାଣ ଭରିଥିଲେ। ହେଲେ ବିମାନରେ ହିଁ ସେମାନଙ୍କୁ ମୃତ୍ୟୁ ଅପେକ୍ଷା କରି ରହିଛି ବୋଲି କେହି ହୁଏତ ସ୍ୱପ୍ନରେ ବି ଭାବିନଥିବେ। ବ୍ରାଜିଲର ସାଓ ପାଓଲୋ ପ୍ରଦେଶରେ ବିମାନ ଦୁର୍ଘଟଣାରେ ସମସ୍ତ ୬୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଭୋଓପାସ୍ ଲିନହାସ ଏୟାରସ୍ ଦ୍ୱାରା ପରିଚାଳିତ ଏଟିଆର-୭୨ ବିମାନ କାସକାଭେଲରୁ ସାଓ ପାଓଲୋ ପ୍ରଦେଶର ଗୁଆରୁଲହୋସ୍ ଅଭିମୁଖେ ଉଡାଣ ଭରିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ତଳେ ପଡି ସମ୍ପୂର୍ଣ୍ଣ ଜଳିଯାଇଛି। ବିମାନ ଦୁର୍ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଦେଖନ୍ତୁ କିଭଳି ବିମାନଟି ଦୁର୍ଘଟଣା ଘଟିଥିଲା।
ANOTHER ANGLE OF THE TRAGIC PLANE CRASH IN BRAZIL TODAY 🚨
WHAT DO YOU NOTICE??? pic.twitter.com/CU3hhpOWbo
— Matt Wallace (@MattWallace888) August 9, 2024



